ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଏସ.ଜୟଶଙ୍କର

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ସମ୍ମିଳନୀ ଏକ ପାରିବାରିକ ପୁନର୍ମିଳନ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ସମ୍ମିଳନୀର ୨ୟ ଦିନରେ ଜୟଶଙ୍କର ଯୋଗଦେଇ କହିଥିଲେ, ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ପ୍ରବାସୀଙ୍କ ପତ୍ୟେକ ସଫଳତା ଆମକୁ ଗର୍ବିତ କରେ। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ବାଲିଯାତ୍ରା ଏହାର ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ପ୍ରବାସୀ ଭାରତୀୟ […]

Samaya Live Picture
Published On

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ସମ୍ମିଳନୀ ଏକ ପାରିବାରିକ ପୁନର୍ମିଳନ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ସମ୍ମିଳନୀର ୨ୟ ଦିନରେ ଜୟଶଙ୍କର ଯୋଗଦେଇ କହିଥିଲେ, ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ପ୍ରବାସୀଙ୍କ ପତ୍ୟେକ ସଫଳତା ଆମକୁ ଗର୍ବିତ କରେ। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ବାଲିଯାତ୍ରା ଏହାର ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ପ୍ରବାସୀ ଭାରତୀୟ ଟ୍ରେନର ଶୁଭାରମ୍ଭ କରିଥିଲେ। ତ୍ରିନିଦାଦ ରାଷ୍ଟ୍ରପତି ଖ୍ରୀଷ୍ଟିନ କାର୍ଲା କାଙ୍ଗାଲୁ ସମ୍ମିଳନୀରେ ଯୋଗଦେଇ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେଇଥିଲେ। ସେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ପ୍ରବାସୀମାନଙ୍କୁ ଆହ୍ବାନ କରିଥିଲେ। ପ୍ରବାସୀମାନେ ଓଡ଼ିଶାର ବିକାଶରେ ସାମିଲ ହୁଅନ୍ତୁ ବୋଲି ମୋହନ କହିଥିଲେ। ବ୍ୟବସାୟ ପାଇଁ ଓଡ଼ିଶା ସବୁଠୁ ଉପଯୁକ୍ତ ସ୍ଥାନ। ଏଠାରେ ବହୁ ସୁଯୋଗ ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ସମୟରେ ପୂର୍ବୋଦୟ ମିଶନରେ ଓଡ଼ିଶା ଫୋକସରେ ରହିଛି। ମୋଦୀଙ୍କ ନେତୃତ୍ଵରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ମନ୍ତ୍ରୀ, ସାଂସଦମାନେ ଯୋଗଦେଇଛନ୍ତି।

Tags: