ରାଜଧାନୀରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନୀ
ଭୁବନେଶ୍ୱର : ବୁଧବାର ଭୁବନେଶ୍ୱର ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଶୁଭାରମ୍ଭ ହୋଇଛି । ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଯୁବ ସମାବେଶରୁ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବାସୀ […]
ଭୁବନେଶ୍ୱର : ବୁଧବାର ଭୁବନେଶ୍ୱର ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଶୁଭାରମ୍ଭ ହୋଇଛି । ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଯୁବ ସମାବେଶରୁ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେବ ।
ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୧୦ ତାରିଖରେ ଉଦ୍ଯାପନୀ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସମ୍ମିଳନୀରେ ଯୋଗ ଦେବାକୁ ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟ ଅତିଥି ଯୋଗ ଦେବେ । ଏଥିପାଇଁ ରାଜ୍ୟ ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରବାସୀଙ୍କୁ ଓଡ଼ିଶା ରୀତିନୀତି ଅନୁସାରେ ଭବ୍ୟ ସ୍ୱାଗତ କରାଯାଉଛି । ପାରମ୍ପାରିକ ବାଦ୍ୟରେ କମ୍ପୁଛି ଭୁବନେଶ୍ୱର ରାଜଧାନୀ । ଓଡ଼ିଶା ସଂସ୍କୃତି, ପରମ୍ପରା, ଖାଦ୍ୟ, ପୋଷାକ, ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀ ଦେଖାଇବାକୁ ପ୍ରୟାସ କରାଯାଇଛି । ପୁରୀ, ଭୁବନେଶ୍ଵର, କଟକ, ଯାଜପୁରରେ ୨୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରବାସୀ ଭାରତୀୟଙ୍କୁ ବୁଲାଇବାର ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱର ପୁଷ୍ପ ପ୍ରଦର୍ଶନୀ, ମୁକ୍ତେଶ୍ୱର ମହୋତ୍ସବ, ଚିଲିକା ମହୋତ୍ସବ ଆଦି ବୁଲି ଦେଖିବବେ ପ୍ରବାସୀ ଭାରତୀୟ ।




