ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର :ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲରୁ ଅଣାଯାଇ ତାଙ୍କୁ ଭୋର ୪ଟାରେ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଓକିଲଙ୍କ ଆବେଦନ ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ଖୋର୍ଦ୍ଧା ଜେଲରେ ଥିବାବେଳେ ମଙ୍ଗଳବାର ରାତି ପାଖାପାଖି ୩ଟାରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଭୋର […]

Samaya Live Picture
Published On

ଭୁବନେଶ୍ୱର :ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲରୁ ଅଣାଯାଇ ତାଙ୍କୁ ଭୋର ୪ଟାରେ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଓକିଲଙ୍କ ଆବେଦନ ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ,ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ଖୋର୍ଦ୍ଧା ଜେଲରେ ଥିବାବେଳେ ମଙ୍ଗଳବାର ରାତି ପାଖାପାଖି ୩ଟାରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଭୋର ୪ଟାରେ ଜେଲରୁ ଏସସିବି ମେଡ଼ିସିନ ୱାର୍ଡରେ ରଖି ଚିକିତ୍ସା କରାଯାଉଥିବାସୂଚନା ମିଳିଛି ।

Tags: