ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ
ଖୋର୍ଦ୍ଧା : ଖୋର୍ଦ୍ଧାରେ ବାଜି ମ୍ରିଲ ବିଜେପି । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ , ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ତେବେ ଚଳିତ ଥର ଖୋର୍ଦ୍ଧାରେ ରାଜନୀତି ଜୋର ଧରିଥିଲା । ଏଠାରେ ବିଜେଡି ଏବଂ ବିଜେପି ଉଭୟ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ । ବିଜେଡି ଏଠାରେ ବିଧାୟକ ଜିତୁ ମିତ୍ରଙ୍କ ଟିକେଟ୍ କାଟି ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ବିଜେପି କାଳୁ ଖଣ୍ଡାୟତରାୟଙ୍କ […]
ଖୋର୍ଦ୍ଧା : ଖୋର୍ଦ୍ଧାରେ ବାଜି ମ୍ରିଲ ବିଜେପି । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ , ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ତେବେ ଚଳିତ ଥର ଖୋର୍ଦ୍ଧାରେ ରାଜନୀତି ଜୋର ଧରିଥିଲା । ଏଠାରେ ବିଜେଡି ଏବଂ ବିଜେପି ଉଭୟ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ । ବିଜେଡି ଏଠାରେ ବିଧାୟକ ଜିତୁ ମିତ୍ରଙ୍କ ଟିକେଟ୍ କାଟି ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ବିଜେପି କାଳୁ ଖଣ୍ଡାୟତରାୟଙ୍କ ଟିକେଟ୍ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଶେଷରେ ବିଜେପିର ଭରସାକୁ କାଏମ୍ ରଖି ବିଜୟୀ ହେଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଇତିହାସରେ ବିଜେପିର ଏହା ପ୍ରଥମ ବିଜୟ ହୋଇଛି। ଗଲା ୨୫ତାରିଖରେ ଜେଲ ଯାଇଥିବା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହେଲା ପରେ ଖୋର୍ଦ୍ଧାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।




