ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ବେଲ୍ । ବୁଧବାର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଅଚାର୍ଯ୍ୟ । ନିକଟରେ ପ୍ରଶାନ୍ତଙ୍କୁ ୩ ଦିନର ଅନ୍ତରୀଣ ଜାମିନ ମିଳିଥିଲା। ପୋଲିଂ ବୁଥ୍‌ରେ ଭଙ୍ଗାରୁଜା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି […]

Samaya Live Picture
Published On

ଭୁବନେଶ୍ୱର : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ବେଲ୍ । ବୁଧବାର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଅଚାର୍ଯ୍ୟ । ନିକଟରେ ପ୍ରଶାନ୍ତଙ୍କୁ ୩ ଦିନର ଅନ୍ତରୀଣ ଜାମିନ ମିଳିଥିଲା। ପୋଲିଂ ବୁଥ୍‌ରେ ଭଙ୍ଗାରୁଜା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥଲା । ସେହି ସମୟ ମଧ୍ୟରେ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିବାରୁ ଜେଲରୁ ମୁକୁଳିଥିଲେ ଜଗଦ୍ଦେବ । ଏବେ ତାଙ୍କୁ ନିୟମିତ ଜାମିନ ମିଳିଛି ।

Tags: