ପ୍ରଶାସନ ବଦଳରେ ଗ୍ରାମବାସୀ ନିର୍ମାଣ କଲେ ନିଜ ଗାଁ ରାସ୍ତା

ସମୟ ଲାଇଭ,୨୮/୨: ପ୍ରଶାସନ କଲାନି କର୍ଣ୍ଣପାତ | ଅତିଷ୍ଠ ହୋଇ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ଅନ୍ତର୍ଗତ ସୁଧବରୀମୂଳ ମଳିକ ସାହିରେ । କେନ୍ଦ୍ର ତଥା ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରରେ ବସବାସ କରୁଥିବା ଜନସାଧାରଣଙ୍କ ଗମନାଗମନ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ କୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏହି ଯୋଜନାର […]

Samaya Live Picture
Published On

ସମୟ ଲାଇଭ,୨୮/୨: ପ୍ରଶାସନ କଲାନି କର୍ଣ୍ଣପାତ | ଅତିଷ୍ଠ ହୋଇ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ଅନ୍ତର୍ଗତ ସୁଧବରୀମୂଳ ମଳିକ ସାହିରେ ।
କେନ୍ଦ୍ର ତଥା ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରରେ ବସବାସ କରୁଥିବା ଜନସାଧାରଣଙ୍କ ଗମନାଗମନ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ କୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏହି ଯୋଜନାର ସୁଫଳ ଲୋକେ ପାଇବାରୁ ବଞ୍ଚିତ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇଆସୁଛି ।ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ସୁଦ୍ଧବାରୀମୂଳ ଗାଁ ।ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ସୁଧବାରୀମୂଳ ମଳିକ ସାହିକୁ ଭଲ ରାସ୍ତା ଟିଏ କରି ପାରିଲେନି । କହିବାକୁ ଗଲେ ସରକାରଙ୍କ ବିକାଶ ସୁଧ ବାରିମୂଳ ଗାଁ ରେ ଫେଲ ମାରିଛି ।ଗାଁ କୁ ଭଲ ରାସ୍ତା ଟିଏ ନଥିବା ବେଳେ ଶିକ୍ଷା,ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଜନ ସାଧାରଣ ।

ପ୍ରଶାସନ ଓ ରାଜନେତାଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ଏହି ଗ୍ରାମକୁ ରାସ୍ତାଟିଏ ତିଆରି ହୋଇ ନପାରିବାରୁ ଗ୍ରାମବାସୀ ମାନେ ମିଳିତ ହୋଇ ନିଜ ଗାଁ ରାସ୍ତା କାମ ନିର୍ମାଣ ଆରମ୍ଭ କରିଛନ୍ତି । ଗ୍ରାମର ମହିଳା,ପୁରୁଷ,ଯୁବକ ଓ କୁନି କୁନି ପିଲା ହାତରେ କୋଡ଼ି କୋଦାଳ ଧରି ଶ୍ରମଦାନ କରି ନିକଟରେ ଥିବା ହୁଙ୍କାରୁ ମାଟି ତାଡି ଆଣି ଅଧ କି.ମି ରାସ୍ତା ନିର୍ମାଣ କରୁଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ରାସ୍ତା ନଥିବାରୁ ବିଦ୍ୟାଳୟ ,କଲେଜ ଯିବାକୁ ହେଲେ ଗାଁ ରୁ ମୂଖ୍ୟ ରାସ୍ତାକୁ ବାହାରିବାକୁ ଜଙ୍ଗଲ ବାଟ ଦେଇ ପିଲାମାନେ ପଙ୍ଗ କାଦୁଅରେ ପଶି ଯାଇଥାନ୍ତି । ପ୍ରସୂତି ମହିଳା ହୁଅନ୍ତୁ କିମ୍ୱା ହଠାତ୍ କାହାର ଦେହ ଖରାପ ହୁଏ ମେଡ଼ିକାଲ ନେବାକୁ ପଡେ ତେବେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦୀପ ତଳର ଅନ୍ଧାର ଭଳି ଗ୍ରାମବାସୀ ମାନେ ରହିଛିନ୍ତି ।ପ୍ରଶାସନ ସେମାନଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ |

Tags: