ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ
ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ଅଗ୍ରଗଣ୍ୟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ସାମ୍ୟବାଦୀ, ସମାଜବାଦୀ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପ୍ରବର୍ତ୍ତକ, କୃଷକ ଆନ୍ଦୋଳନର କର୍ଣ୍ଣଧାର, ଗଡ଼ଜାତ ଆନ୍ଦୋଳନର ନେତା ସର୍ବୋପରି ଶିକ୍ଷା ପ୍ରସାରରେ ଅଗ୍ରଣୀ ଶିକ୍ଷାବିତ୍ । ୧୯୦୫ ମସିହା ସଭେମ୍ବର ୧୬ ତାରିଖ ଦିନ ଅବିଭକ୍ତ ପୁରୀ ଜିଲ୍ଲାର କଣାସ ନିକଟବର୍ତ୍ତୀ ... ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରାଣନାଥ ରେଭେନ୍ସା କଲେଜରେ ବି.ଏସ୍.ସି ଅଧ୍ୟୟନ କରୁଥିବା ସମୟରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ମୁକ୍ତିସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ ସକି୍ରୟ ଅଂଶଗ୍ରହଣ କରି ସେ ଦଶଥର କାରାବରଣ କରିବା ସହିତ ଦୀର୍ଘବର୍ଷ ବନ୍ଦୀଜୀବନ ବିତାଇଥିଲେ । ପରବର୍ତ୍ତି ସମୟରେ ଐତିହାସିକ ଭୂମି ଖୋର୍ଦ୍ଧାକୁ ନିଜର କର୍ମକ୍ଷେତ୍ର ରୂପେ ବାଛିନେଇ ସେଠାରେ ମୁକ୍ତି ସଂଗ୍ରାମକୁ ସଂଗଠିତ କରିଥିଲେ । ୧୯୩୬ ମସିହାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭା ନିର୍ବାଚନରେ ସେ ଖୋର୍ଦ୍ଧା ଆସନରୁ ବିଜୟୀ ହୋଇଥିଲେ । କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରିବା ସମୟରେ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ପ୍ରଭାବରେ ସମାଜବାଦ ଓ ସାମ୍ୟବାଦ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ୧୯୩୪ ମସିହାରେ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ । କାଶୀ ବିଦ୍ୟାପୀଠରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ ଥିଲେ ତାଙ୍କର ସହପାଠୀ ଓ ଘନିଷ୍ଠ ବନ୍ଧୁ । ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହ ମିଶି ସେ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ଗଠନ କରିଥିଲେ । ରଣପୁର, ନୟାଗଡ଼ ଖଣ୍ଡପଡ଼ା ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରାଣନାଥ ଥିଲେ ଅନ୍ୟତମ ପ୍ରେରଣାଦାତା । ବିଶେଷକରି ରଣପୁରରେ ଗୋରା ସାହେବ ...କେଜେଲଗେଟ୍ଙ୍କ ହତ୍ୟାକାଣ୍ଡ ପରେ ଡିଫେନ୍ସ କମିଟି ଗଠନ କରି ଅଭିଯୁକ୍ତଙ୍କୁ ଖଲାସ କରିବା ପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ଶିକ୍ଷା ପ୍ରସାର ଉଦ୍ଦେଶ୍ୟରେ ଜେଲ୍ରୁ ଖଲାସ ହେବା ପରେ ସେ ୧୯୪୫ରେ ଜଟଣୀରେ ହାଇସ୍କୁଲ ଓ ଖୋର୍ଦ୍ଧାରେ ୧୯୫୯ ମସିହାରେ କଲେଜ ପ୍ରତିଷ୍ଠା କରିଥିଲେ, ଯାହା ମୃତ୍ୟୁ ପରେ ତାଙ୍କ ନାମରେ ନାମିତ ହୋଇଛି । ଜଣେ ପ୍ରଗତିଶୀଳ ଲେଖକ ରୂପେ ମଧ୍ୟ ତାଙ୍କର ସୁଖ୍ୟାତି ରହିଥିଲା । ତାଙ୍କ ରଚିତ "ଆସନ୍ତାକାଲିର ସାହିତ୍ୟ' ଓଡ଼ିଆ ଗଦ୍ୟ ସାହିତ୍ୟରେ ଏକ ମାଇଲଖୁଣ୍ଟ ରୂପେ ବିବେଚିତ ହେଉଛି । ୧୯୭୦ ଅକେଫାବର ୫ ତାରିଖରେ କଲିକତା ଠାରେ ତାଙ୍କର ହେହାନ୍ତ ହୋଇଥିଲା ।


