୫ କୋଟି ଟଙ୍କାର ମାନହାନୀ ମାମଲା ଦାଏର କଲେ ଅଭିନେତ୍ରୀ ପ୍ରକୃତି
ଭୁବନେଶ୍ୱର: ନିଜ ଉପରେ ହୋଇଥିବା ଆକ୍ରମଣର ଉଚିତ୍ ନ୍ୟାୟ ପାଇଁ ଗତକାଲି ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟ ଯାଇଥିଲା ବେଳେ ଆଜି ସେ ଅଭିନେତା ବାବୁସାନ୍ଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ଉପରେ ମାନହାନୀ କେସ୍ ଦାଏର କରିଛନ୍ତି । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ କେସ୍ ବାବୁସାନ୍ଙ୍କ ପତ୍ନୀ ତୃପ୍ତୀ ଓ ତାଙ୍କ ପିତା ଲଳିତ ଶତପଥୀଙ୍କ ଉପରେ ପ୍ରକୃତି କରିଛନ୍ତି । ସେହିପରି ପ୍ରକୃତି ସୋସିଆଲ୍ ମିଡିଆ ୟୁଟୁ୍ୟବ୍କୁ ମଧ୍ୟ ପକ୍ଷଭୁକ୍ତ […]
ଭୁବନେଶ୍ୱର: ନିଜ ଉପରେ ହୋଇଥିବା ଆକ୍ରମଣର ଉଚିତ୍ ନ୍ୟାୟ ପାଇଁ ଗତକାଲି ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟ ଯାଇଥିଲା ବେଳେ ଆଜି ସେ ଅଭିନେତା ବାବୁସାନ୍ଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ଉପରେ ମାନହାନୀ କେସ୍ ଦାଏର କରିଛନ୍ତି । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ କେସ୍ ବାବୁସାନ୍ଙ୍କ ପତ୍ନୀ ତୃପ୍ତୀ ଓ ତାଙ୍କ ପିତା ଲଳିତ ଶତପଥୀଙ୍କ ଉପରେ ପ୍ରକୃତି କରିଛନ୍ତି ।
ସେହିପରି ପ୍ରକୃତି ସୋସିଆଲ୍ ମିଡିଆ ୟୁଟୁ୍ୟବ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ପ୍ରକୃତିଙ୍କ ଓକିଲ ତଥା ପୁରୁଷ କମିଶନର ଆବାହକ ବ୍ୟୋମକେଶ ତି୍ରପାଠୀ କହିଛନ୍ତି ଯେ, ୟୁଟୁ୍ୟବ୍ରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ପ୍ରସାରଣ ହେଉଛି । ଏଣୁ ୟୁଟୁ୍ୟବ୍କୁ କେସ୍ରେ ପକ୍ଷଭୁକ୍ତ କରାଯାଇଛି ।

ଓକିଲ ବ୍ୟୋମକେଶ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ଏକ ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପାମା’ ନ୍ୟାୟ ଅପେକ୍ଷାରେ ଥିଲେ । ହେଲେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ।
ଅନ୍ୟପକ୍ଷରେ, ପ୍ରକୃତିଙ୍କ ସହିତ ଆକ୍ରମଣ ହେବା ସମୟରେ ସେଠାରେ ଉପସ୍ଥିତ ଥିବା ୮ ଜଣ ବ୍ୟକ୍ତିଙ୍କ ବିରୋଧରେ ମକଦମା କରାଯିବ । ହେଲେ ସେମାନଙ୍କର ଚିହ୍ନଟ ହୋଇପାରିନଥିବାରୁ ତାଙ୍କ ନାମ ସର୍ବସାଧାରଣରେ ପ୍ରଚାର କରାଯାଇ ନାହିଁ ।




