ବିଜେଡ଼ି ନେତା ପ୍ରଦୀପଙ୍କ ଦେହରେ ଲାଗିଲା ସୁଶ୍ରୀଙ୍କ ନାଁର ହଳଦୀ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଜନେତା ପ୍ରଦୀପ ମାଝୀ। ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ପଡିବ ହାତଗଣ୍ଠି। ବାହାଘର ପୂର୍ବରୁ ସରିଛି ସଂଗୀତ। ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ। ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କ ହାତ ଧରିବେ ପ୍ରଦୀପ। ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ। ଦୀର୍ଘବର୍ଷର ପ୍ରେମ ସମ୍ପର୍କ ପରେ […]

Samaya Live Picture
Published On

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଜନେତା ପ୍ରଦୀପ ମାଝୀ। ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ପଡିବ ହାତଗଣ୍ଠି। ବାହାଘର ପୂର୍ବରୁ ସରିଛି ସଂଗୀତ। ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ। ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କ ହାତ ଧରିବେ ପ୍ରଦୀପ।

ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ। ଦୀର୍ଘବର୍ଷର ପ୍ରେମ ସମ୍ପର୍କ ପରେ ପରସ୍ପରକୁ ଜୀବନସାଥୀ ଭାବେ ବାଛିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ସେହିପରି ଉଭୟଙ୍କୁ ମେହେନ୍ଦୀ ସେରିମନି ପରେ ପରେ ଭିନ୍ନ ଏକ ମୁଡରେ ଦେଖିବାକୁ ମିଳିଥିଲା। ସୁଶ୍ରୀଙ୍କ ସହ ଷ୍ଟେଜରେ ଗୀତର ତାଳେ ତାଳେ ନାଚିଥିଲେ ପ୍ରଦୀପ। ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Tags: