କଂଗ୍ରେସରେ ଯୋଗଦେଲେ ପ୍ରବୋଧ ତିର୍କି
ଭୁବନେଶ୍ୱର : ହାତ ଧରିଲେ ପ୍ରବୋଧ ତିର୍କି I ଭାରତୀର ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ଆଜି ଯୋଗ ଦେଇଛନ୍ତି । ପ୍ରବୋଧଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଚଂପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି | ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି […]
ଭୁବନେଶ୍ୱର : ହାତ ଧରିଲେ ପ୍ରବୋଧ ତିର୍କି I ଭାରତୀର ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ଆଜି ଯୋଗ ଦେଇଛନ୍ତି । ପ୍ରବୋଧଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଚଂପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି |
ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ କଂଗ୍ରେସ ଦଳରେ ମିଶିଛନ୍ତି ପ୍ରବୋଧ । ଦଳରେ ମିଶିଲା ପରେ ଗଣମାଧ୍ୟମକୁ ପ୍ରବୋଧ କହିଛନ୍ତି କଂଗ୍ରେସ ଦଳର ଆଦର୍ଶ ଏବଂ ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି। ମୁଁ ଦେଶ ପାଇଁ ଖେଳୁଥିଲି। ଏବେ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି। ମୁଁ ମୋ ଅଞ୍ଚଳରେ ଥିବା ସମସ୍ତ ସମସ୍ୟା ସମାଧାନ କରିବି। ଆଗାମୀ ସାଧାରଣ ନିର୍ବାଚନରେ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ରହିଛି। ଲୋକମାନଙ୍କର ସମସ୍ୟା ଦୂର କରିବ ସହ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି ଲକ୍ଷ ରଖିଛନ୍ତି ।
ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ସେପ୍ଟେମ୍ବର ୨୫ ରୁ ଅକଟୋବର ୧୫ ଯାଏ ‘ଘରେ ଘରେ କଂଗ୍ରେସ , ଘରେ ଘରେ ହାତ’ ନାମରେ ଏକ ପଦଯାତ୍ରା ଅଭିଯାନ ଚାଲିବ । କଂଗ୍ରେସ ଦଳ ଲୋକଙ୍କର ଏବଂ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ I
ସୂଚନାନୁସାରେ,ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁରେ ୧୯୮୪ ମସିହା ଅକ୍ଟୋବର ୬ରେ ସେ ଜନ୍ମ ହୋଇଥିଲେ ପ୍ରବୋଧ ତିର୍କି । ସେ ଭାରତୀୟ ହକି ଦଳର ଅଧିନାୟକ ହୋଇପାରିଥିଲେ। ତା’ ପୂର୍ବରୁ ସେ ଜାତୀୟ ସବ୍-ଜୁନିୟର, ଜୁନିୟର ଓ ‘ଏ’ ଟିମ୍ର ମଧ୍ୟ ଅଧିନାୟକ ହୋଇଥିଲେ। ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରବୋଧ ଦଳର ଅଧିନାୟକ ଥିଲେ। ପ୍ରବୋଧ ୧୬୧ଟି ହକି ମ୍ୟାଚ୍ ଖେଳିଦେଶ ତଥା ରାଜ୍ୟ ପାଇଁ ବହୁ ସୁନାମ ଆଣିଛନ୍ତି I




