ଓଡ଼ିଆ ଖାଦ୍ୟର ମଜା ନେଲେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର : ୩ ଦିନ ଧରି ଭୁବନେଶ୍ୱର ଜନତା ମୈଦାନରେ ଚାଲିଛି ପ୍ରଭାସୀ ଭାରତୀୟ ସମ୍ମିଳନୀ । ଅତିଥିଙ୍କୁ ଆତିଥେୟତା ପ୍ରଦାନରେ କୌଣସି ପ୍ରକାର ଉଣା କରି ନାହାନ୍ତି ରାଜ୍ୟ ସରକାର । ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ଅତିଥିଙ୍କୁ ପରସା ଯାଇଛି ବିଭିନ୍ନ ପ୍ରକାର ଓଡ଼ିଆ ଵ୍ୟଵଜ୍ଞ । ଓଡ଼ିଆ ଖାଦ୍ୟର ମଜା ଉଠାଇଛନ୍ତି ପ୍ରବାସୀ । ଓଡ଼ିଆ ବ୍ୟଞ୍ଜନ ମହକରେ ମହକିଲା ଡାଇନିଂ ହଲ୍ । ଭୁବନେଶ୍ୱର ଜନତା ମଇଦାନର ପ୍ରବାସୀଙ୍କ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ୩ ଦିନ ଧରି ଭୁବନେଶ୍ୱର ଜନତା ମୈଦାନରେ ଚାଲିଛି ପ୍ରଭାସୀ ଭାରତୀୟ ସମ୍ମିଳନୀ । ଅତିଥିଙ୍କୁ ଆତିଥେୟତା ପ୍ରଦାନରେ କୌଣସି ପ୍ରକାର ଉଣା କରି ନାହାନ୍ତି ରାଜ୍ୟ ସରକାର । ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ଅତିଥିଙ୍କୁ ପରସା ଯାଇଛି ବିଭିନ୍ନ ପ୍ରକାର ଓଡ଼ିଆ ଵ୍ୟଵଜ୍ଞ । ଓଡ଼ିଆ ଖାଦ୍ୟର ମଜା ଉଠାଇଛନ୍ତି ପ୍ରବାସୀ । ଓଡ଼ିଆ ବ୍ୟଞ୍ଜନ ମହକରେ ମହକିଲା ଡାଇନିଂ ହଲ୍ । ଭୁବନେଶ୍ୱର ଜନତା ମଇଦାନର ପ୍ରବାସୀଙ୍କ ପାଇଁ ଉଭୟ ନିରାମିଷ ଓ ଆମିଷରେ ଥିଲା ଭଳିକି ଭଳି ଓଡ଼ିଆ ଘରର ଖାଦ୍ୟ । କାନିକା ସାଙ୍ଗକୁ ଓଡ଼ିଆ ଡାଲମା। ଖିରି ଖାଇବାକୁ ପ୍ରବାସୀଙ୍କର ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ।

ବିଶେଷ ଭାବେ ଗତକାଲି ଗୁରୁବାର ଥିବାରୁ ଅଧିକାଂଶ ଭାତ, ଡାଲମା ଖାଇବାକୁ ପସନ୍ଦ କରିଥିବା ବେଳେ କେହି କେହି ଓଡ଼ିଆ କାନିକା ଓ ଡାଲମାର ସ୍ଵାଦ ନେଇଥିଲେ । ରାଜଧାନୀର ଏକ ନାମୀଦାମୀ ହୋଟେଲ ପକ୍ଷରୁ ପ୍ରବାସୀଙ୍କର ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଯୋଗାଇ ଦିଆଯାଉଛି। ସବୁ ପ୍ରକାର ଖାଦ୍ୟରେ ରହୁଛି ଓଡ଼ିଆ ଛୁଙ୍କ ।

ଶାକାହାରୀ ମାନଙ୍କ ପାଇଁ ସାଦା ଅନ୍ନ, କାନିକା, ପଞ୍ଚରତ୍ନ ଡାଲି, ଡାଲମା, ପନିର, ଶାଗ ମୁଗ, ପରିବା ଘାଣ୍ଟ ଦିଆଯାଇଛି। ଆମିଷ ଭୋଜନରେ କୁକୁଡ଼ା ଆଳୁ ଝୋଳ ଓ ମାଛ ବେସର ପରସା ଯାଇଥିଲା । ଖାଦ୍ୟ ଖାଇବା ପରେ ଥିଲା ଓଡ଼ିଆ ଖିରି ଓ ରସଗୋଲା ।

କେବଳ ଓଡ଼ିଆ ଖାଦ୍ୟ ନୁହେଁ ଜନତା ମୈଦାନରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖୁଛନ୍ତି ପ୍ରବାସୀ ଭାରତୀୟ। ଓଡ଼ିଶା ଗ୍ୟାଲେରୀରେ ଜମୁଛି ଅତିଥିଙ୍କ ଭିଡ଼। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଛନ୍ତି ।

ଓଡ଼ିଶାର ଗୌରବର ଗାଥା ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବାକୁ ପ୍ରବାସୀଙ୍କୁ କହିଛନ୍ତି । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଅତିଥିମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Tags: