ଦରକାର ପଡିଲେ ପଞ୍ଜାବରୁ ଆସିବ ଆଳୁ

ଭୁବନେଶ୍ୱର : ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ୟୁପିର ଆଳୁ ପଚା ରହିଥିବା କଥାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ୟୁପି ର ଆଳୁ ଓଡ଼ିଶାରେ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ୟୁପିର ଆଳୁ ପଚା ରହିଥିବା କଥାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ୟୁପି ର ଆଳୁ ଓଡ଼ିଶାରେ ବିକ୍ରି ହେଲାଣି । ଏହାର କ୍ୱାଲିଟି ବହୁତ ଭଲ ଅଛି। ପଶ୍ଚିମବଙ୍ଗ ବ୍ଲାକମେଲର ଶିକାର ନ ହୋଇ ନିଜ ସ୍ୱାଭିମାନକୁ ଦେଖିଲୁ ।

ପୂର୍ବରୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରୁଥିଲା । ହେଲେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଦେବା ପରେ ରାଜ୍ୟରେ ଆଳୁ ଦର ୬୦ ଟଙ୍କା ଛୁଇଁଥିଲା, ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଘୋଷଣା କରିଥିଲେ। ଉତ୍ତରପ୍ରଦେଶ ଆଳୁ ଏବେ ଓଡ଼ିଶା ବଜାରରେ ଉପଲବ୍ଧ ହୋଇଛି। ଯାହାଫଳରେ ଆଳୁ ଦର ହ୍ରାସ ପାଇ ୩୫ରୁ ୩୬ ଟଙ୍କା ମଧ୍ୟରେ ରହିଛି।

Tags: