ଆଳୁ ଚାଷକୁ ପ୍ରୋତ୍ସାହନ,ଖର୍ଚ୍ଚ ହେବ ୬୪ କୋଟି

ଭୁବନେଶ୍ୱର : ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ ଓଡିଶା ସରକାର ଆଳୁ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର । ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ […]

Samaya Live Picture
Published On

ଭୁବନେଶ୍ୱର : ବିରୋଧୀ ଦଳ ବିଧାୟକଙ୍କ ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ଓଡିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ କରୁଛି । କିନ୍ତୁ ଓଡିଶା ସରକାର ଆଳୁ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର । ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସଙ୍ଗେ ସଙ୍ଗେ ତାକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । ବୁଧୁବାର ବିଧାନସଭାରେ କଂଗ୍ରେସ ବିଧାୟକ କଡାମଙ୍କ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟ ଜମିରେ ଆଳୁ ଚାଷ ପାଇଁ ଯୋଜନା ହୋଇଛି । ଆଳୁକୁ ଗଚ୍ଛିତ ରଖିବା ପାଇଁ ମଧ୍ୟ ଶୀତଳ ଭଣ୍ଡାରର ବ୍ୟବସ୍ଥା କରାଯାଉଛି। ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକ ଯଥା ବାଲେଶ୍ବର, ରେମୁଣା, ବସ୍ତା, ଜଳେଶ୍ବର, ଭୋଗରାଇ, ବାଲିଆପାଳ, ସୋର, ଶିମୁଳିଆ, ଖଇରା, ନିଳଗିରିରେ ଆଳୁ ଚାଷ ପାଇଁ ଆଳୁ ବିହନ ଯୋଗାଇ ଦିଆଯାଉଛି । ଶୀତ ଦିନକୁ ଆଖି ଆଗରେ ରଖି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ବାରା ନିଆଯାଉଥିବା ପଦକ୍ଷେପକୁ ମଧ୍ୟ ଗ୍ରହଣ କରାଯାଉଛି ।

ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି କାର୍ଯ୍ୟକ୍ଷମ ରହିଥିବାରୁ ଆଳୁ ସଂରକ୍ଷଣରେ ସମସ୍ୟା ଦେଖାଦେଉଛି । ତେଣୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ୫୮ ବ୍ଲକ୍‌ରେ ପିପିପି ମୋଡ଼ରେ, ହାଇବ୍ରିଡ଼ ମୋଡ଼ରେ ଶୀତଳ ଭଣ୍ଡାର ଲାଗି ଆହ୍ୱାନ କରାଯାଇଛି । ଆଗାମୀ ଦିନରେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ କିପରି ନିର୍ଭର କରିବାକୁ ପଡ଼ିବ ନାହିଁ ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି

ଅନ୍ୟପଟେ ଜେଳଶ୍ବର ବିଧାୟକଙ୍କର ଡାଇବେଟିସ ଆଳୁ ଅର୍ଥାତ ଖମ୍ବଆଳୁ ଉତ୍ପାଦନକୁ ବଢାଇବାକୁ ନେଇ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଡାଇବେଟିସ ଆଳୁ ନେଇ ମୋ ପାଖରେ ସୂଚନା ନାହିଁ । ମୁଁ ଅନୁଧ୍ୟାନ କରିବା ପରେ ତାଙ୍କୁ ଜଣାଇଦେବି ।

Tags: