ASO ଚୟନ ପ୍ରକ୍ରିୟାରେ ସ୍ଥଗିତାଦେଶ
ଭୁବନେଶ୍ୱର : ASO ଚୟନ ପ୍ରକ୍ରିୟା ଉପରେ ଲାଗିଲା ରୋକ । ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜଣିକିଆ ଖଣ୍ଡପୀଠ ରାୟ ଉପରେ ରହିତାଦେଶ ଲାଗିଛି। ଏହାସହ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍ସିକୁ ନୋଟିସ୍ କରାଯାଇଛି। ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାନୁସାରେ,ଗତବର୍ଷ ଅଗଷ୍ଟ ୨୭ରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦବୀ ପାଇଁ ପ୍ରାୟ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଗତ ନଭେମ୍ବର […]
ଭୁବନେଶ୍ୱର : ASO ଚୟନ ପ୍ରକ୍ରିୟା ଉପରେ ଲାଗିଲା ରୋକ । ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଜଣିକିଆ ଖଣ୍ଡପୀଠ ରାୟ ଉପରେ ରହିତାଦେଶ ଲାଗିଛି। ଏହାସହ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍ସିକୁ ନୋଟିସ୍ କରାଯାଇଛି। ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାନୁସାରେ,ଗତବର୍ଷ ଅଗଷ୍ଟ ୨୭ରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦବୀ ପାଇଁ ପ୍ରାୟ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଗତ ନଭେମ୍ବର ୭ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ ହୋଇନାହିଁ ବୋଲି ଅଭିଯୋଗ ହୋଇଥିଲା ।.




