ସାମ୍ଭାବ୍ୟ ବାତ୍ୟା,ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ
ଭୁବନେଶ୍ୱର: ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ସମ୍ଭାବନା I ସାମ୍ଭାବ୍ୟ ବାତ୍ୟାକୁ ନେଇକୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା । ସେ କହିଛନ୍ତି, ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନି। ବାତ୍ୟା ପାଇଁ ଆମେ ପ୍ରସ୍ତୁତ ଅଛୁ। ଯଦି କୌଣସି ସୂଚନା ଆସିବ, ସେହି ହିସାବରେ ପ୍ରସ୍ତୁତି କରିବୁ। ତେବେ ଚାଷୀ ଭାଇଙ୍କୁ ପରାମର୍ଶ ଦେଉଛୁ, କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଆଳୁ ଫସଲ […]
ଭୁବନେଶ୍ୱର: ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ସମ୍ଭାବନା I ସାମ୍ଭାବ୍ୟ ବାତ୍ୟାକୁ ନେଇକୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା । ସେ କହିଛନ୍ତି, ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନି। ବାତ୍ୟା ପାଇଁ ଆମେ ପ୍ରସ୍ତୁତ ଅଛୁ। ଯଦି କୌଣସି ସୂଚନା ଆସିବ, ସେହି ହିସାବରେ ପ୍ରସ୍ତୁତି କରିବୁ। ତେବେ ଚାଷୀ ଭାଇଙ୍କୁ ପରାମର୍ଶ ଦେଉଛୁ, କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଆଳୁ ଫସଲ କରୁଥିବା ଚାଷୀଙ୍କୁ ପ୍ଲାଣ୍ଟିଂ ଟାଇମ୍ ବଦଳାଇବାକୁ ପରାମର୍ଶ ଦେଉଛୁ। ଏବେ ଭୟଭୀତ ହେବାର କାରଣ ନାହିଁ।
ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଡିସେମ୍ବର ୫ ପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମାଲକାନଗିରି,କୋରାପୁଟ,ଗଜପତି,ରାୟଗଡ଼ା,ନବରଙ୍ଗପୁର କନ୍ଧମାଳ ଭଳି ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ରହିଛି । ଆମେ ସବୁବେଳେ ପ୍ରସ୍ତୁତ ଥାଉ ଓ ଓୟୁଏଟିର ଗବେଷଣା ଟିମ୍ ଓ ଆମ ବିଭାଗ ମିଶି କାମ କରୁଛନ୍ତି। ସତର୍କ ସୂଚନା ପାଇବା ପରେ କୌଣସି ପରିସ୍ଥିତି ମୁକାବିଲା ପାଇଁ ଆମେ ଆଡଭାଇଜରି ଜାରି କରିଥାଉ ଓ କରିବୁ। ଅନେକ ସ୍ଥାନରେ ଧାନଫସଲ କଟା ସରିଛି ଓ ଆଉ କିଛି ଜାଗାରେ ଧାନକଟା ଚାଲିଛି। ଯେଉଁ ଜିଲ୍ଲା ପ୍ରଭାବିତ ହେବ ତାହା ପାଇଁ ଅଲଗା ଆଡଭାଇଜରି ଓ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ଫସଲ ଅନୁସାରେ ଆଡଭାଇଜରି କରାଯିବ। ଏ ବର୍ଷ ଫସଲ ବୀମା ଯୋଜନାରେ ୨୨ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି। ଜିଲ୍ଲାରୁ ଆକଳନ ଆସିବା ପରେ ମରୁଡ଼ି ସ୍ଥିତି ନେଇ ପଦକ୍ଷେପ ନିଆଯିବ। ଯଦି କୌଣସି ସ୍ଥାନରେ ଚାଷୀଙ୍କ ଫସଲହାନୀ ହୋଇଥିବ,ବୀମାଭୁକ୍ତ ଚାଷୀ କ୍ଷତିପୂରଣ ପାଇବେ।
ସେପଟେ ସମ୍ଭାବ୍ୟ ବାତ୍ୟକୁ ନେଇ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଂଜାମ ଜିଲ୍ଲାପାଳନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।




