ଫେରିବ ପୋସ୍କୋ

ଭୁବନେଶ୍ୱର : ଓଡିଶା ମୁହାଁ ହେଉଛି ପୋସ୍କୋ । ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ ମିଳିତ ଭାବରେ କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା କରିବେ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ବୃହତ ଷ୍ଟିଲପ୍ଲାଣ୍ଟ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଶିଳ୍ପ ମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ ଜେଏସ୍‌ଡବ୍ଲୁ ପାଇଁ ଜମି ଅଧିଗ୍ରହଣ ଚାଲିଛି । ପୋସ୍କୋ ଜେଏସ୍‌ଡବ୍ଲୁ ସହ ସହଭାଗିତା ପାଇଁ ଏମଓୟୁ କରିଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ […]

ଫେରିବ ପୋସ୍କୋ
Samaya Live Picture
Published On

ଭୁବନେଶ୍ୱର : ଓଡିଶା ମୁହାଁ ହେଉଛି ପୋସ୍କୋ । ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ ମିଳିତ ଭାବରେ କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା କରିବେ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ବୃହତ ଷ୍ଟିଲପ୍ଲାଣ୍ଟ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଶିଳ୍ପ ମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ ଜେଏସ୍‌ଡବ୍ଲୁ ପାଇଁ ଜମି ଅଧିଗ୍ରହଣ ଚାଲିଛି । ପୋସ୍କୋ ଜେଏସ୍‌ଡବ୍ଲୁ ସହ ସହଭାଗିତା ପାଇଁ ଏମଓୟୁ କରିଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ବହୁ ଶିଳ୍ପସଂସ୍ଥା ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି କାରଣରୁ ଶିଳ୍ପପତି ଏବେ ଓଡ଼ିଶା ଉପରେ ଅଧିକ ଭରସା କରୁଛନ୍ତି ।

ଗତକାଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଦିନିକିଆ ଅନୁଗୁଳ ଗସ୍ତରେ ଆସି ଏହା କହିଛନ୍ତି। ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଆଲୁମିନିୟମ ପ୍ଲାଟର ବିଭିନ୍ନ କାର୍ଯ୍ୟକୁ ତଦାରଖ କରି୍‌ଥିଲେ । ଏହା ପରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାର ଶିଳ୍ପ, ଦକ୍ଷତା ବିକାଶ, ଜିଲ୍ଲାରେ ନୂତନ ରୋଜଗାର ସୃଷ୍ଟି, ସରକାରୀ ପଲିଟେକନିକ୍‌, ତାଳଚେର ଏବଂ ଆଠମଲ୍ଲିକ ଆଇଟିଆଇ, ଆଲୁମିନିୟମ ପ୍ଲାଟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସମୀକ୍ଷା କରିଥିଲେ। ଓଡ଼ିଶାରେ ଜେଏସ୍‌ଡବ୍ଲୁ ପୋସ୍କୋ ଷ୍ଟିଲ୍ ପ୍ଲାଣ୍ଟ ବିଷୟରେ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯଦି ପୋସ୍କୋ ଓଡ଼ିଶାକୁ ପସନ୍ଦ କରେ ଆମେ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବୁ ।

Tags: