ଲୋକପ୍ରିୟ ଯାତ୍ରା ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳଙ୍କ ପରଲୋକ

କଟକ : ଆଉ ନାହାନ୍ତି ଲୋକପ୍ରିୟ ଯାତ୍ରା ନିର୍ଦେଶକ ତୃପ୍ତି ବିଶ୍ୱାଳ I ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ସେ ଗତକାଲି କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ଓଡ଼ିଆ ସିନେମା ଓ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତୃପ୍ତି ବିଶ୍ୱାଳ ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ସହକାରୀ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ‘ସୁନା କଳସ’ ସମେତ ଅନେକ ଲୋକପ୍ରିୟ […]

Samaya Live Picture
Published On

କଟକ : ଆଉ ନାହାନ୍ତି ଲୋକପ୍ରିୟ ଯାତ୍ରା ନିର୍ଦେଶକ ତୃପ୍ତି ବିଶ୍ୱାଳ I ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ସେ ଗତକାଲି କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ଓଡ଼ିଆ ସିନେମା ଓ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

ତୃପ୍ତି ବିଶ୍ୱାଳ ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ସହକାରୀ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ ‘ସୁନା କଳସ’ ସମେତ ଅନେକ ଲୋକପ୍ରିୟ ମେଗା ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ। ତୃପ୍ତି ବିଶ୍ୱାଳ ‘ଜୟ ଶ୍ରୀରାମ’ ଶୀର୍ଷକରେ ଏକ ସିନେମାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ତାଙ୍କ କ୍ୟାରିଅର୍ ଭିତରେ ସେ ବହୁ ଉଚ୍ଚକୋଟୀର ଟିଭି ଶୋ’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ i ସେଗୁଡିକ ମଧ୍ୟରୁ ଯେପରିକି ଅହଙ୍କାର, ବନ୍ଧନ୍, ସୁନା କଳସ, ଅହୁତି, ଗାୟତ୍ରୀ, କିଛି ଲୁହ ପି’ଯାଏ ଓଠ, ଏବଂ ମଙ୍ଗୁଳା କନିଆଁ ଇତ୍ୟାଦି I ମନୋରଞ୍ଜନ ଜଗତରେ ତାଙ୍କର ନିର୍ଦେଶନାର ଅତୁଳନୀୟ ଅବଦାନ ରହିଛି I

ସୂଚନା ଅନୁସାରେ, ତୃପ୍ତି ବାଇକ୍‌ରେ ଆସୁଥିବାବେଳେ ଗତକାଲି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଶ୍ବିନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

Tags: