ପୋଲଭରମ ତାତି,୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଗୃହରେ ପୋଲଭରମ ତାତି । ଚାଲିପାରିଲାନି ପ୍ରଶ୍ନକାଳ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ କଂଗ୍ରେସ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଆଲୋଚନା ପାଇଁ ଦାବି କରିଥିଲେ । କିନ୍ତୁ ଏହା ବିଚାରାଧୀନ ଥିବାରୁ ଆଲୋଚନାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି। ଫଳରେ କଂଗ୍ରେସ ବିଧାୟକ ମାନେ ହୋହାଲ୍ଲା କରିବାରୁ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟ ହୋଇ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ପୁଣି ଏହି ପ୍ରସଙ୍ଗରେ ବିଜେଡ଼ି-କଂଗ୍ରେସ ବିଧାୟକମାନେ […]

Samaya Live Picture
Published On

ଭୁବନେଶ୍ୱର : ଗୃହରେ ପୋଲଭରମ ତାତି । ଚାଲିପାରିଲାନି ପ୍ରଶ୍ନକାଳ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ କଂଗ୍ରେସ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଆଲୋଚନା ପାଇଁ ଦାବି କରିଥିଲେ । କିନ୍ତୁ ଏହା ବିଚାରାଧୀନ ଥିବାରୁ ଆଲୋଚନାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି। ଫଳରେ କଂଗ୍ରେସ ବିଧାୟକ ମାନେ ହୋହାଲ୍ଲା କରିବାରୁ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟ ହୋଇ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ପୁଣି ଏହି ପ୍ରସଙ୍ଗରେ ବିଜେଡ଼ି-କଂଗ୍ରେସ ବିଧାୟକମାନେ ଏକାଠି ହୋଇ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିଅମ ତଳେ ନାରାବାଜି ସହ କରିଥିଲେ ହୋହଲ୍ଲା । ଫଳରେ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

ସେପଟେ ପୋଲାଭରମ ପ୍ରସଙ୍ଗ ଅଦାଳତରେ ବିଚାରାଧୀନ ଥିବାରୁ କଂଗ୍ରେସର ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି । ଗୁରୁବାର କଂଗ୍ରେସ ତରଫରୁ ଏହି ନୋଟିସ୍ ଦିଆଯିବା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ପଠାଯାଇଥିଲା । ସେଠାରୁ ଉତ୍ତର ଆସିଥିଲା ଯେ ଘଟଣା ବିଚାରାଧୀନ ଅଛି । ତେଣୁ ବିଧାନସଭା ବିଧି ଅନୁଯାୟୀ ବିଚାରାଧୀନ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିବ ନାହିଁ । ଯେଉଁଥିଲାଗି ପୋଲଭରମ ମୁଲତବୀକୁ ଅଗ୍ରାହ୍ୟ କରାଗଲା ବୋଲି ସୂଚନା ଦିଆଯାଇଛି ।

Tags: