ପୋଲିଂ ଅଫିସରଙ୍କ ହୃଦ୍‌ଘାତରେ ମୃତ୍ୟୁ

ବଲାଙ୍ଗୀର : ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ। ମୃତକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ। ସେ ଆଗଲପୁର ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ସେ ନିର୍ବାଚନ ଡ୍ୟୁଟି ପାଇଁ ଟିଟିଲାଗଡ ଯାଇଥିଲେ। ସୁଶୀଲ ଡ୍ୟୁଟି କରୁଥିବା ସମୟରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସଂଗେ ସଂଗେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନାନୁସାରେ,ଆଜି ଶ୍ରୀ ଆଚାର୍ଯ୍ୟ ଟିଟିଲାଗଡ଼ ଡିଏଭି […]

Samaya Live Picture
Published On

ବଲାଙ୍ଗୀର : ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ। ମୃତକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ। ସେ ଆଗଲପୁର ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ସେ ନିର୍ବାଚନ ଡ୍ୟୁଟି ପାଇଁ ଟିଟିଲାଗଡ ଯାଇଥିଲେ। ସୁଶୀଲ ଡ୍ୟୁଟି କରୁଥିବା ସମୟରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସଂଗେ ସଂଗେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାନୁସାରେ,ଆଜି ଶ୍ରୀ ଆଚାର୍ଯ୍ୟ ଟିଟିଲାଗଡ଼ ଡିଏଭି କଲେଜ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ କରୁଥିଲେ। ଠିକ୍‌ ସେହି ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ବସି ପଡ଼ିଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ରାସ୍ତାରେ ସୁଶୀଲଙ୍କର ମୃତ୍ୟୁ ହୋଇଯାଇଥିଲା I ସୁଶୀଲଙ୍କ ମୃତ୍ୟୁରେ ବଲାଙ୍ଗିର ଶିକ୍ଷକ ସଂଘ ଶୋକ ପ୍ରକାଶ କରିଛି।

ପୋଲିଂ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସିଇଓଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ମୃତ ପୋଲିଂ କର୍ମଚାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷର ଅନୁକମ୍ପା ସହାୟତା ରାଶି।

Tags: