ଛୁରାମାଡ଼ରେରେ ପୋଲିସ କର୍ମଚାରୀ ଆହତ

ଭୁବନେଶ୍ୱର : ରାଜଧାନୀରେ ସୁରକ୍ଷିତ ନୁହନ୍ତି ପୁଲିସ କର୍ମଚାରୀ । ଏକ ଗଣ୍ଡଗୋଳ ଘଟଣାର ସମାଧାନ ପାଇଁ ଯାଇଥିବା ବେଳେ ଛୁରାମାଡ଼ରେ ଆହତ ହୋଇଛନ୍ତି ମଞ୍ଚେଶ୍ୱର ଥାନା ପୁଲିସ କନେଷ୍ଟବଳ ଗୋପୀ ଶବର । ଗାଡି ସାଇଡ ମରାକୁ ନେଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିହାଣୀ ଶ୍ରୀରାମ ନଗର ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଆସିଥିବା ସମୟରେ ପୁଲିସ ଉପରକୁ ଛୁରାମାଡ଼ କରିଥିବା […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ସୁରକ୍ଷିତ ନୁହନ୍ତି ପୁଲିସ କର୍ମଚାରୀ । ଏକ ଗଣ୍ଡଗୋଳ ଘଟଣାର ସମାଧାନ ପାଇଁ ଯାଇଥିବା ବେଳେ ଛୁରାମାଡ଼ରେ ଆହତ ହୋଇଛନ୍ତି ମଞ୍ଚେଶ୍ୱର ଥାନା ପୁଲିସ କନେଷ୍ଟବଳ ଗୋପୀ ଶବର । ଗାଡି ସାଇଡ ମରାକୁ ନେଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିହାଣୀ ଶ୍ରୀରାମ ନଗର ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଆସିଥିବା ସମୟରେ ପୁଲିସ ଉପରକୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି ।

ଘଟନାନୁସାରେ, ଗୁରୁବାର ବିଳମ୍ବିତ ରାତି ଗୋଟାଏ ବେଳେ ଚକେଇସିହାଣୀ ଶ୍ରୀରାମନଗରଠାରେ ୪ ଯୁବକ ବସିଥିଲେ। ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଦ୍ରୁତ ଗତିରେ ଆସି ହର୍ଣ୍ଣ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜଣେ ଯୁବକଙ୍କୁ ବାଇକ୍‌ରେ ଆସିଥିବା ଯୁବକ ଛୁରାମଡ଼ କରିଥିଲେ ।

ଖବର ପାଇ ତୁରନ୍ତ ପିସିଆର ଭ୍ୟାନ୍‌ ଶ୍ରୀରାମନଗରରେ ପହଞ୍ଚିଥିଲା। ପୁଲିସ୍‌ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲେ। ଏପରିକି ହିତାହିତ ଜ୍ଞାନ ଭୁଲି ବସିଥିବା ଯୁବକଜଣକ ଜଣେ ପୁଲିସ୍‌ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ଼ କରିଥିଲା । ଛୁରାମାଡ଼ରେ ଜଣେ ପୁଲିସ କନଷ୍ଟେବଳ ଗୋପୀ ଶବର ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ମଞ୍ଚେଶ୍ୱର ଥାନା ପୁଲିସ ।

Tags: