ବେଲପାହାଡ ହତ୍ୟାକାଣ୍ଡରେ ପୋଲିସ ଏନକାଉଣ୍ଟର

ବେଲପାହାଡ ହତ୍ୟାକାଣ୍ଡରେ ପୋଲିସ ଏନକାଉଣ୍ଟର
Ipsita Picture
By: Ipsita
Published On


ଝାରସୁଗୁଡା : ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓରଫ ଟାବୁ ଓ ଚାନ୍ଦ ବନଛୋରକୁ ଝାରସୁଗୁଡା  ପୋଲିସ ଏନକାଉଣ୍ଟର କରିଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପାହାଡ଼ଠାରେ ଘଟିଥିବା ରାହୁଲ ମହନ୍ତ ହତ୍ୟା ଘଟଣାରେ ଏହି ଦୁଇଜଣ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ତେବେ ଘଟଣା ଅନୁସାରେ ପୋଲିସ ଉଭୟଙ୍କୁ ଗିରଫ କରିବା ସମୟରେ ସେମାନେ ପୋଲିସ ଉପରେ  ଅତର୍କିତ ଆକ୍ରମଣ କରିଥିଲେ । ଯାହାର ପାଲଟା ଯବାବରେ ପୋଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା ।  ଉଭୟ ଆହତ ଅଭିଯୁକ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରାହୁଲଙ୍କୁ ଭୁଜାଲିରେ ହାଣି ହତ୍ୟା କରି ଉଭୟ ଫେରାର ହୋଇଯାଇଥିଲେ । ସେହିଭଳି ଦୁଇ ଅଭିଯୁ୍କ୍ତଙ୍କ ନାଁରେ ବୁର୍ଲା ଏବଂ ସମ୍ବଲପୁରରେ ଏକାଧିକ ମାମଲା ଥିବା ଜଣାପଡ଼ିଛି । 

Tags: