ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ : ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷାବଳୟ ଭେଦ କରି ମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କଲେ ଯୁବକ । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡ଼ିଛନ୍ତି । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ […]

ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ଯୁବକଙ୍କୁ ଅଟକ ରଖିଲା ପୋଲିସ
Samaya Live Picture
Published On

ପୁରୀ : ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷାବଳୟ ଭେଦ କରି ମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କଲେ ଯୁବକ । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡ଼ିଛନ୍ତି । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ସିଂହଦ୍ୱାର ପୋଲିସ ଏନେଇ ଅଧିକ ଛାନ୍ ଭିନ କରୁଛି । ପୂର୍ବରୁ ଗଞ୍ଜାମର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ଯାଇଥିଲେ।

Tags: