ପୋଲିସ ବିଭାଗ ଡ୍ରାଇଭର ନିଯୁକ୍ତି , ୪ ବର୍ଷ କୋହଳ ହେଲା ବୟସ ସୀମା
ଭୁବନେଶ୍ୱର : ପୋଲିସ ବିଭାଗ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ। ଆସିଲା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ଡ୍ରାଇଭର ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କରିଛନ୍ତି ରାଜ୍ୟ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ହାଇକୋର୍ଟରେ ଆବେଦନ କରିଥିବା ୧୨୪୫ ଜଣଙ୍କ କ୍ଷେତ୍ରରେ […]
ଭୁବନେଶ୍ୱର : ପୋଲିସ ବିଭାଗ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ। ଆସିଲା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ଡ୍ରାଇଭର ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କରିଛନ୍ତି ରାଜ୍ୟ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ ।
ହାଇକୋର୍ଟରେ ଆବେଦନ କରିଥିବା ୧୨୪୫ ଜଣଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ୪୦୫ଟି ଡ୍ରାଇଭର ପଦ ପାଇଁ ଗତ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ନିୟମିତ ପରୀକ୍ଷା ହୋଇ ନ ଥିବାରୁ ବୟସ ସୀମା ବୃଦ୍ଧି ପାଇଁ ଆବେଦନ କରିଥିଲେ ଆଶାୟୀ ପ୍ରାର୍ଥୀ ।
ସୂଚନାଯୋଗ୍ୟ, ୨୦୨୪ ଅକ୍ଟୋବର ୩ରେ ଓଡ଼ିଶା ପୋଲିସ ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ପିଏମ୍ଟିରେ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ଜାନୁଆରି ୧ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ, ୨୦୨୦ ପରେ ଏହି ପଦ ପାଇଁ କୌଣସି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ନ ହେବା କାରଣରୁ, ଅନେକ ଆଶାୟୀ ପ୍ରାର୍ଥୀ ବୟସସୀମା କୋହଳ ପାଇଁ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।




