ଆଇପିଏସ୍ ସ୍ତରରେ ଅଦଳ ବଦଳ ସଞ୍ଜୀବ ପଣ୍ଡା ହେଲେ ପୋଲିସ କମିସନର

ଭୁବନେଶ୍ୱର : ଆଇପିଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଟ୍ୱିନସିଟିର ପୋଲିସ କମିସନର ଭାବେ ଦାୟିତ୍ୱ ମିଳିଛି ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡାଙ୍କୁ । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିଭଳି ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି,ଏମ. ସନ୍ଦୀପ […]

Samaya Live Picture
Published On

ଭୁବନେଶ୍ୱର : ଆଇପିଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଟ୍ୱିନସିଟିର ପୋଲିସ କମିସନର ଭାବେ ଦାୟିତ୍ୱ ମିଳିଛି ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡାଙ୍କୁ । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି,ଏମ. ସନ୍ଦୀପ ସଂପତ ଢେଙ୍କାନାଳ ଏସ୍‌ପି, ରାମ ପ୍ରସାଦ ସାହୁ ରାୟଗଡ଼ା ଏସ୍‌ପି ଏବଂ ୟଶପ୍ରତାପ ଶ୍ରିମଳଙ୍କୁ ସୋନପୁର ଏସ୍‌ପି ଭାବେ ବଦଳି କରାଯାଇଛି।

ଏହା ବ୍ୟତୀତ ସନ୍ତୋଷ ବାଲାଙ୍କୁ ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ମିଳିଥିଲା ବେଳେ ଆଇଜି ସ୍ତରରେ ମଧ୍ୟ ବଦଳି କରାଯାଇଛି। ହିମାଂଶୁ ଲାଲ୍‌ ଉତ୍ତରାଞ୍ଚଳ ଆଇଜି,ଦୀପକ କୁମାର ହେଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଏବଂ ସତ୍ୟବ୍ରତ ଭୋଇ ପୂର୍ବାଞ୍ଚଳ ରେଂଜ ଆଇଜି ଭାବେ ନିଯୁକ୍ତି ମିଳିଛି।

Tags: