ବିଲେଇ ପାଇଁ ଥାନାରେ ମାମଲା

ଛତ୍ରପୁର : ବିଲେଇ ପାଇଁ ମାଲିକ ନାଁରେ ଥାନାରେ ମାମଲା I ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ I ଏଠାରେ ସ୍ଥାନୀୟ ୧୦ ନମ୍ବର ଓ୍ୱାର୍ଡର ମଠସାହି ପାଣି କଲୋନୀରେ ଜଣେ ମହିଳା ନିଜ ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ବିଲେଇମାନେ ଏଣେ ତେଣେ ବୁଲାବୁଲି କରିବା ସହ ଯେଉଠି ପାଉଛନ୍ତି ସେଠି ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଘରକୁ କେହି ସମ୍ପର୍କୀୟମାନେ ଆସୁ […]

Samaya Live Picture
Published On

ଛତ୍ରପୁର : ବିଲେଇ ପାଇଁ ମାଲିକ ନାଁରେ ଥାନାରେ ମାମଲା I ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ I ଏଠାରେ ସ୍ଥାନୀୟ ୧୦ ନମ୍ବର ଓ୍ୱାର୍ଡର ମଠସାହି ପାଣି କଲୋନୀରେ ଜଣେ ମହିଳା ନିଜ ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ବିଲେଇମାନେ ଏଣେ ତେଣେ ବୁଲାବୁଲି କରିବା ସହ ଯେଉଠି ପାଉଛନ୍ତି ସେଠି ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଘରକୁ କେହି ସମ୍ପର୍କୀୟମାନେ ଆସୁ ନଥିବା ସାହିଲୋକେ ଅଭିଯୋଗ କରିଛନ୍ତି। ଏପରିକି ସାହିରେ ଅନ୍ୟମାନଙ୍କ ଘରେ ପଶି ଖାଦ୍ୟରେ ମୁହଁ ମାରୁଛନ୍ତି ମଧ୍ୟ ଇ ବିଲେଇମାନଙ୍କର ଏତାଦୃଶ କାରନାମାରେ ଅତିଷ୍ଠ ହୋଇସାରିଲେଣି ସହି ବାସିନ୍ଦା I ବିଲେଇ ମାନଙ୍କର ମାଲିକଙ୍କୁ ଯେତେ କହିଲେ ମଧ୍ୟ ଫଳ କିଛି ନହେବାରୁ ମାମଲା ଏବେ ଯାଇ ଥାନାରେ ପହଁଚିଛି I ଏନେଇ ୧୦ ନମ୍ବର ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି।

Tags: