ଯାତ୍ରା ପେଣ୍ଡାଲ ନାଚକୁ ଜଗିଲା ପୋଲିସ କ୍ୟାମେରା

ଭୁବନେଶ୍ୱର : ଆଇଟମ ଡ୍ୟାନ୍ସ ନାମରେ ଅଶ୍ଳୀଳ ନାଚ ଉପରେ ଏଣିକି ଲାଗିବ ରୋକ । ଯାତ୍ରା ପେଣ୍ଡାଲ ଉପରେ ଆଉ ଚାଲି ପାରିବ ନାହିଁ ଅଶ୍ଳୀଳ ନାଚ । ଆଇଟମ ଡ୍ୟାନ୍ସ ପରିବେଷଣକୁ ଜଗିବ ପୋଲିସ କ୍ୟାମେରା । ମାଲକାନଗିରିରେ ଚାଲୁଥିବା ତାରିଣୀ ଗଣନାଟ୍ୟରେ ଏହା ଦେଖିବାକୁ ମିଳିଛି । ସ୍ଥାନୀୟ ଡିଏନକେ ଖେଳ ପଡିଆଠାରେ ଚାଲିଥିବା ତାରୀଣି ଗଣନାଟ୍ୟରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡାନ୍ସ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି […]

Samaya Live Picture
Published On

ଭୁବନେଶ୍ୱର : ଆଇଟମ ଡ୍ୟାନ୍ସ ନାମରେ ଅଶ୍ଳୀଳ ନାଚ ଉପରେ ଏଣିକି ଲାଗିବ ରୋକ । ଯାତ୍ରା ପେଣ୍ଡାଲ ଉପରେ ଆଉ ଚାଲି ପାରିବ ନାହିଁ ଅଶ୍ଳୀଳ ନାଚ । ଆଇଟମ ଡ୍ୟାନ୍ସ ପରିବେଷଣକୁ ଜଗିବ ପୋଲିସ କ୍ୟାମେରା । ମାଲକାନଗିରିରେ ଚାଲୁଥିବା ତାରିଣୀ ଗଣନାଟ୍ୟରେ ଏହା ଦେଖିବାକୁ ମିଳିଛି । ସ୍ଥାନୀୟ ଡିଏନକେ ଖେଳ ପଡିଆଠାରେ ଚାଲିଥିବା ତାରୀଣି ଗଣନାଟ୍ୟରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡାନ୍ସ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଛାଉଣୀରେ ଅପେରା ପେଣ୍ଡାଲରେ ନାଚିଥିଲେ ନିଶା।

ସୂଚନା ଅନୁଯାୟୀ ଗତ ୨୮ତାରିଖ ରାତିରେ କତାମେଟାରେ ଚାଲିଥିବା ଅପେରାରେ ଭାଗ୍ୟଶ୍ରୀ ସାହୁ ତଥା ବହୁ ଚର୍ଚ୍ଚତ ସାହୁ ଭାଉଜ ଅର୍ଦ୍ଧ ଉଲଗ୍ନ ହୋଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବିଶିଷ୍ଟ ଲୋକଙ୍କ ସହିତ ମାଥିଲି ଥାନା ଅଧିକାରୀ ମଧ୍ୟ ମଞ୍ଚ ଆଗରେ ଉପସ୍ଥିତ ରହି ନୃତ୍ୟକୁ ଉପଭୋଗ କରିଥିଲେ । ଏହି ଘଟଣାକୁ ନେଇ ବିଏନଏସ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଯାତ୍ରା କମିଟି ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

Tags: