ବଳଙ୍ଗା ଘଟଣାରେ ୩ ଜଣଙ୍କୁ ଉଠାଇନେଲା ପୋଲିସ

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ଘଟଣା । ସନ୍ଦେହରେ ଆଜି ୩ ଜଣଙ୍କୁ ଉଠାଇ ନେଲା ବଳଙ୍ଗା ପୋଲିସ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ ଯୁବକଙ୍କୁ ପଚରାଉଚରା କରୁଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ […]

ବଳଙ୍ଗା ଘଟଣାରେ ୩ ଜଣଙ୍କୁ ଉଠାଇନେଲା ପୋଲିସ
Samaya Live Picture
Published On

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ଘଟଣା । ସନ୍ଦେହରେ ଆଜି ୩ ଜଣଙ୍କୁ ଉଠାଇ ନେଲା ବଳଙ୍ଗା ପୋଲିସ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ ଯୁବକଙ୍କୁ ପଚରାଉଚରା କରୁଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ ଚଳାଇଥିବା ଜଣାପଡ଼ିଛି। ଗତକାଲି ରାତିରେ ନାଆହାଟ ସ୍ଥିତ ପୀଡ଼ିତାଙ୍କ ମାମୁଁଘର ସଦସ୍ୟଙ୍କୁ ପଚାର ଉଚରା କରିଛି କ୍ରଇମବ୍ରାଞ୍ଚ ।

ସେପଟେ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ପୀଡ଼ିତାଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଏବେ ମଧ୍ୟ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଛି । ମଙ୍ଗଳବାର ତାଙ୍କୁ ପାଟି ବାଟେ ନରମ ଖାଦ୍ୟ ଖାଇଥିବା ସୂଚନା ମିଳିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ବୁଧବାର ପୀଡ଼ିତାଙ୍କ ୬ ଘଣ୍ଟିଆ ସର୍ଜରୀ ହେବା ସମ୍ଭାବନା ରହିଛି । ଉଭୟ ବିଜେଡି ଓ ବିଜେପି ସାଂସଦ ପୀଡିତାଙ୍କ ପିତାମାତାଙ୍କୁ ଦେଖା କରି ଝିଅଟିର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବା ଯାଏ ତାଙ୍କ ବୟାନ ରେକର୍ଡ ହେବା ସମ୍ଭବ ନୁହେଁ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।

Tags: