ରାସ୍ତା ଅବରୋଧ କରି ମ୍ୟାଚ ଦେଖୁଥିବାବେଳେ ପୁଲିସ-ଜନତା ହାତାହାତି

ସୋର: ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିବାବେଳେ ପୋଲିସ-ଜନତା ହାତାହାତି । ଗତକାଲି ସନ୍ଧ୍ୟାରେ ସୋର କୋର୍ଟ ଛକ ନିକଟରେ କିଛି ଲୋକ ଏକତ୍ରିତ ହୋଇ ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିଲେ। ଏହି ସମୟରେ ସୋର ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଘଟଣା ସ୍ଥଳରେ ପହଞ୍ଚି ଏକତ୍ରିତ ଲୋକମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଜଣେ ବୃଦ୍ଧଙ୍କୁ ମାଡ ଦେଇ ଥାନାକୁ ଉଠାଇ ନେଇଥିଲେ। ଏଥିରେ ଲୋକମାନେ ଉତ୍ୟକ୍ତ ହୋଇ ପୁଲିସ କର୍ମୀଙ୍କ ସହିତ ଯୁକ୍ତି ତର୍କ କରିବା ସହିତ ହାତାହାତି […]

ରାସ୍ତା ଅବରୋଧ କରି ମ୍ୟାଚ ଦେଖୁଥିବାବେଳେ ପୁଲିସ-ଜନତା ହାତାହାତି
Samaya Live Picture
Published On

ସୋର: ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିବାବେଳେ ପୋଲିସ-ଜନତା ହାତାହାତି । ଗତକାଲି ସନ୍ଧ୍ୟାରେ ସୋର କୋର୍ଟ ଛକ ନିକଟରେ କିଛି ଲୋକ ଏକତ୍ରିତ ହୋଇ ଭାରତ- ପାକିସ୍ତାନ ମ୍ୟାଚ ଦେଖୁଥିଲେ। ଏହି ସମୟରେ ସୋର ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଘଟଣା ସ୍ଥଳରେ ପହଞ୍ଚି ଏକତ୍ରିତ ଲୋକମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଜଣେ ବୃଦ୍ଧଙ୍କୁ ମାଡ ଦେଇ ଥାନାକୁ ଉଠାଇ ନେଇଥିଲେ। ଏଥିରେ ଲୋକମାନେ ଉତ୍ୟକ୍ତ ହୋଇ ପୁଲିସ କର୍ମୀଙ୍କ ସହିତ ଯୁକ୍ତି ତର୍କ କରିବା ସହିତ ହାତାହାତି ହୋଇଥିଲେ । ପରେ ଜଣେ ଯୁବକଙ୍କୁ ପୁଲିସ କର୍ମୀ ରାସ୍ତା ଉପରେ ମାଡ଼ ମାରି ଘୋଷଡି ନେଇ ଥାନା ଗାଡ଼ିରେ ଭର୍ତି କରି ଥାନାରେ ଅଟକ ରଖିଥିଲେ। ପୁଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ରାସ୍ତା ଅବରୋଧ କରି ମ୍ୟାଚ୍‌ ଦେଖୁଥିବା ଯୁବକଙ୍କୁ ବାରଣ କରିବାରୁ ଉତ୍‌କ୍ଷିପ୍ତ ଯୁବକମାନେ ପୁଲିସ୍‌କୁ ମାଡ଼ ମାରିଥିବା ଜଣାପଡିଛି ।  ରବିବାର ବିଳମ୍ବିତ ରାତିରେ ସୋର ଥାନାଧିକାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ଏଥିରେ ସୋରୋ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ ଓ ଏଏସ୍‌ଆଇ ସମୀର ବେହେରା ଆହତ ହୋଇଛନ୍ତି। ଶ୍ରୀ ବେହେରା ଗୁରୁତର ହୋଇଥିବା ବେଳେ ଥାନାଧିକାରୀ ଶ୍ରୀ ସାହୁ ଆହତ ହୋଇଛନ୍ତି । ଘଟଣାରେ ପୁଲିସ୍‌ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।

Tags: