ବାଉନସର୍ ଙ୍କ ଉପରେ କଟକଣା

ଭୁବନେଶ୍ୱର : ବାଉନସର୍ ମାନଙ୍କ ଉପରେ ରହିଛି କମିଶନରେଟ ପୋଲିସର ନଜର । ବାରରେ ବାଉନସର୍ ରଖିବା ଉପରେ ଲଗାମ ଲଗେଇବା ପାଇଁ ନୂଆ କଟକଣା ଜାରି କରାଯାଇଛି । କମିଶନରେଟ ପୋଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ବାର ମାଲିକ । ଅନେକ ସମୟରେ ସାଧାରଣ ଲୋକଙ୍କ ଉପରେ ବାଉନସରଙ୍କ ଦାଦାଗିରି ଦେଖିବାକୁ ମିଳିଥାଏ । ହେଲେ ଏବେ ଆଉ ବାହୁବଳ ଦେଖେଇ ପାରିବେ ନାହିଁ ବାଉନସର । ଏନେଇ କମିଶନରେଟ୍ ପୁଲିସ ଅଧୀନସ୍ଥ […]

Samaya Live Picture
Published On

ଭୁବନେଶ୍ୱର : ବାଉନସର୍ ମାନଙ୍କ ଉପରେ ରହିଛି କମିଶନରେଟ ପୋଲିସର ନଜର । ବାରରେ ବାଉନସର୍ ରଖିବା ଉପରେ ଲଗାମ ଲଗେଇବା ପାଇଁ ନୂଆ କଟକଣା ଜାରି କରାଯାଇଛି । କମିଶନରେଟ ପୋଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ବାର ମାଲିକ । ଅନେକ ସମୟରେ ସାଧାରଣ ଲୋକଙ୍କ ଉପରେ ବାଉନସରଙ୍କ ଦାଦାଗିରି ଦେଖିବାକୁ ମିଳିଥାଏ । ହେଲେ ଏବେ ଆଉ ବାହୁବଳ ଦେଖେଇ ପାରିବେ ନାହିଁ ବାଉନସର । ଏନେଇ କମିଶନରେଟ୍ ପୁଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନସର୍ ଙ୍କ ନାଁରେ ଅପାରାଧିକ ମାମଲାର ଖୋଳତାଡ଼ କରିବ ପୁଲିସ।

ସୂଚନା ଅନୁଯାୟୀ କୌଣସି ବି ବାର ମାଲିକ ଯେକୌଣସି ବ୍ୟକ୍ତିଙ୍କୁ ବାଉନସର ଭାବେ ନିଯୁକ୍ତ କରିପାରିବ ନାହିଁ । ଏଥିପାଇଁ ସ୍ୱୀକୃତିପ୍ରାପ୍ତ ଏଜେନ୍ସି ମାନଙ୍କ ଠାରୁ ଗାର୍ଡ ମାନଙ୍କୁ ଆଣିବାକୁ ପଡିବ I ଏହା ସହ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ନିକଟସ୍ଥ ଥାନାରୁ ଯାଞ୍ଚ କରିବାକୁ ହେବ । ବାରରେ ନିୟୋଜିତ ହେବାପରେ ବାଉନସର୍ ମାନଙ୍କୁ ନିର୍ଦ୍ଧାରିତ ସମସ୍ତ ନିୟମକୁ ମାନିବାକୁ ପଡ଼ିବ। ଏହାସହ ଗ୍ରାହକଙ୍କୁ ଦୁର୍ବ୍ୟବହାର କରିଥିବାର ସୂଚନା ମିଳିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୌଣସି ସ୍ଥାନରେ ସମସ୍ୟା ଉପୁଜିଲେ ବାଉନସର୍ ମାନେ ୧୧୨ ଏମର୍ଜେନ୍ସି ନମ୍ବରକୁ ଯୋଗାଯୋଗ କରିପାରିବେ, କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏନେଇ ୬ ଫେବୃଆରୀରୁ ଏପ୍ରିଲ ୫ ତାରିଖ ପର୍ଯନ୍ତ ସମୟ ସୀମା ମହଲତ ଦିଆଯାଇଛି । ଏନେଇ କଡା ଚେତାବନୀ ଦେଇଛନ୍ତି ନୂତନ ପୋଲିସ କମିସନର ।

Tags: