ରାୟଗଡା ରେଳ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ରାୟଗଡ଼ା ରେଳ ଡିଭିଜନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ଜାମ୍ମୁରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଏହା ସହିତ ଏକାଧିକ ରେଳ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଡିଭିଜନ ଅଧିନରେ ପାଖାପାଖି ୫୬୦ କିମି ରେଳପଥ ରହିବ। ୨୦୧୯ ଜୁଲାଇ ୧୭ରେ ରାୟଗଡ଼ା ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା। ୨୦୨୧-୨୨ ରେଳ ବଜେଟରେ ରାୟଗଡା […]
ଭୁବନେଶ୍ୱର : ରାୟଗଡ଼ା ରେଳ ଡିଭିଜନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ଜାମ୍ମୁରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଏହା ସହିତ ଏକାଧିକ ରେଳ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ଡିଭିଜନ ଅଧିନରେ ପାଖାପାଖି ୫୬୦ କିମି ରେଳପଥ ରହିବ। ୨୦୧୯ ଜୁଲାଇ ୧୭ରେ ରାୟଗଡ଼ା ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା। ୨୦୨୧-୨୨ ରେଳ ବଜେଟରେ ରାୟଗଡା ଡିଭିଜନ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ୱାଲଟିଅର ଅଧିନରେ ଥିବା କିଛି ଷ୍ଟେସନ ରାୟଗଡା ଡିଭିଜନରେ ରହିବ। ଏହାର ସୀମା ଛତିଶଗଡର କିରଣ୍ଡୁଲ ଠାରୁ ଆନ୍ଧ୍ରପ୍ରଦେଶର ବିଜୟନଗର ପର୍ଯ୍ୟନ୍ତ ରହିବ। ରାୟଗଡ଼ା ରେଳ ଡିଭିଜନ ଅଧିନରେ ୮୪ଟି ରେଳ ଷ୍ଟେସନ ରହିବ।
ସେହିପରି ତେଲଙ୍ଗାନା ଚାର୍ଲପାଲି ଟର୍ମିନାଲ ଷ୍ଟେସନକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରେଳ ପ୍ରକଳ୍ପ ଦ୍ବାରା ଦେଶର ପ୍ରଗତି ଏକ ନୂଆ ଉଚ୍ଚତାରେ ପହଞ୍ଚିବ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ନୂଆ ନୂଆ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାୟଗଡ଼ାରେ ରେଳମଣ୍ଡଳ ସ୍ଥାପନ ଦ୍ବାରା ଜନସାଧାରଣ ବହୁମାତ୍ରାରେ ଉପକୃତ ହେବେ। ଏହି ଭିତ୍ତିଭୂମି ଜନସାଧାରଣଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ। ଦେଶରେ ଆଧୁନିକ ଭିତ୍ତିଭୂମି ନିର୍ମାଣରେ ମହାଯଜ୍ଞ ଚାଲିଛି ବୋଲି ମୋଦୀ କହିଛନ୍ତି।




