ଆଜିଠାରୁ ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ ନିଲାମ
କଟକ : ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା I ଏହି ପ୍ରକ୍ରିୟା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ I ଦିନ୧୧ଟାରୁ ଆରମ୍ଭ ହୋଇ ଦିନ ୫ଟା ପର୍ଯ୍ୟନ୍ତ ଏହି ନିଲାମ ପ୍ରକ୍ରିୟା ଚାଲିବ I ସୂଚନାନୁସାରେ,ଚଳିତ ନଭେମ୍ବର ମାସ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା I ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ କରାଯାଇଛି। […]
କଟକ : ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା I ଏହି ପ୍ରକ୍ରିୟା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ I ଦିନ୧୧ଟାରୁ ଆରମ୍ଭ ହୋଇ ଦିନ ୫ଟା ପର୍ଯ୍ୟନ୍ତ ଏହି ନିଲାମ ପ୍ରକ୍ରିୟା ଚାଲିବ I
ସୂଚନାନୁସାରେ,ଚଳିତ ନଭେମ୍ବର ମାସ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା I ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ କରାଯାଇଛି। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସଠାରେ ତିନୋଟି ଟିମ ନିଲାମ ପ୍ରକ୍ରିୟାରେ ନିୟୋଜିତ ହୋଇଥିବାବେଳେ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇଟି ଟିମ ନିୟୋଜିତ ଅଛନ୍ତି । ୧୦ ଟି ସ୍ଥାନରେ ଚାଲିଛି ପ୍ଲଟ ନିଲାମ ପ୍ରକ୍ରିୟା। ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ ଜିଲ୍ଲା ପ୍ରଶାସନ।




