ଡମଣା ଛକରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା
ଭୁବନେଶ୍ୱର : ଗତକାଲି ରାତିରେ ଭୁବନେଶ୍ୱର ଡମଣା ଛକରେ ଘଟିଛି ସିରିଜ ଦୁର୍ଘଟଣା I ଏକ ଗ୍ୟାସ ଟ୍ୟାଙ୍କର ପଛକୁ ତୀର୍ଥଯାତ୍ରୀ ବସ ପିଟି ହେଇଯିବାରୁ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି I ଏଥିରେ ବସ୍ର ସାମ୍ନା ପଟ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି I ଗତକାଲି ଟ୍ରାଫିକ ଖୋଲିବା ପରେ ଗ୍ୟାସ ଟ୍ୟାଙ୍କର ସାମ୍ନାରେ ଏକ ଦ୍ରୁତ ଗତିରେ ଯାଉଥିଲା,ତେବେ କାର ଟି କିଛି ଦୂର ଯାଇ ହଠାତ ବ୍ରେକ ଦେବାରୁ ତା […]
ଭୁବନେଶ୍ୱର : ଗତକାଲି ରାତିରେ ଭୁବନେଶ୍ୱର ଡମଣା ଛକରେ ଘଟିଛି ସିରିଜ ଦୁର୍ଘଟଣା I ଏକ ଗ୍ୟାସ ଟ୍ୟାଙ୍କର ପଛକୁ ତୀର୍ଥଯାତ୍ରୀ ବସ ପିଟି ହେଇଯିବାରୁ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି I ଏଥିରେ ବସ୍ର ସାମ୍ନା ପଟ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି I
ଗତକାଲି ଟ୍ରାଫିକ ଖୋଲିବା ପରେ ଗ୍ୟାସ ଟ୍ୟାଙ୍କର ସାମ୍ନାରେ ଏକ ଦ୍ରୁତ ଗତିରେ ଯାଉଥିଲା,ତେବେ କାର ଟି କିଛି ଦୂର ଯାଇ ହଠାତ ବ୍ରେକ ଦେବାରୁ ତା ପଛରେ ଯାଉଥିବା ଟ୍ରକ ଟି ମଧ୍ୟ ବ୍ରେକ ଦେଇଥିଲା I ଏହି ସମୟରେ ଟ୍ରକ ପଛକୁ ପୁରୀରୁ ନନ୍ଦନକାନନ ଯାଉଥିବା ତୀର୍ଥଯାତ୍ରୀ ବସଟି ହଠାତ ବାଡେଇ ହେଇ ଯାଇଥିଲା I ଶକ୍ତ ଧକ୍କାରେ ବସରେ ଥିବା ଯାତ୍ରୀମାନେ ସିଟରୁ ଗଳିପଡିଥିଲେ I ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପିସିଆର ପହଁଚି ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ତଦନ୍ତ ଜାରି ରଖିଛି I ତେବେ ବସରେ ଥିବା ସମସ୍ତ ଯାତ୍ରୀମାନେ ଛତିଶଗଡ଼ ର ହୋଇଥିବା ସୂଚନା ମିଳିଛି I




