ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ,ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

ଭଦ୍ରକ : ମାଟି ଅତଡ଼ା ଉପରକୁ ଚଢ଼ିଗଲା ତୀର୍ଥଯାତ୍ରୀ ବସ । ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଶୁକ୍ରବାର ଭୋର ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ୟୁପିରୁ ଆସୁଥିବା ତୀର୍ଥଯାତ୍ରୀ ବସ୍‌ଟି ଡ଼ାଇଭର୍ସନ ଠାରେ ମାଟି ଅତଡ଼ା ଉପରକୁ ମାଡି ଆସିଥିଲା । ସୌଭାଗ୍ୟ ବଶତଃ ଏହି ବସ୍‌ରେ ଥିବା ୬୦ ତୀର୍ଥଯାତ୍ରୀ […]

Samaya Live Picture
Published On

ଭଦ୍ରକ : ମାଟି ଅତଡ଼ା ଉପରକୁ ଚଢ଼ିଗଲା ତୀର୍ଥଯାତ୍ରୀ ବସ । ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାନୁସାରେ, ଶୁକ୍ରବାର ଭୋର ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ୟୁପିରୁ ଆସୁଥିବା ତୀର୍ଥଯାତ୍ରୀ ବସ୍‌ଟି ଡ଼ାଇଭର୍ସନ ଠାରେ ମାଟି ଅତଡ଼ା ଉପରକୁ ମାଡି ଆସିଥିଲା । ସୌଭାଗ୍ୟ ବଶତଃ ଏହି ବସ୍‌ରେ ଥିବା ୬୦ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେଥିମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ପ୍ରଶାସନ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକତ୍ସା କରାଯାଉଛି । ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି, ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପିଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଭଦ୍ରକ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ଅନ୍ୟ ଏକ ବସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Tags: