ତୀର୍ଥଯାତ୍ରୀ ବସକୁ ପଛପଟୁ ପିଟିଲା ହାଇଓ୍ବା,୧୭ ଆହତ

ଖୋର୍ଦ୍ଧା : ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ I ରାସ୍ତାକଡ଼ରେ ବସଟି ଠିଆ ହୋଇଥିବା ବେଳେ ପଛପଟୁ ହାଇଓ୍ବା ଧକ୍କା ଦେଇଥିଲା I ଏଥିରେ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣ ଘଟିଛି ଶିଳ୍ପାଞ୍ଚଳ ଥାନା ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ I ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସରେ ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା I ଘଟଣାସ୍ଥଳରୁ ଜିଲା ପ୍ରଶାସନ ଅଧିକାରୀ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। […]

Samaya Live Picture
Published On

ଖୋର୍ଦ୍ଧା : ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ I ରାସ୍ତାକଡ଼ରେ ବସଟି ଠିଆ ହୋଇଥିବା ବେଳେ ପଛପଟୁ ହାଇଓ୍ବା ଧକ୍କା ଦେଇଥିଲା I ଏଥିରେ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣ ଘଟିଛି ଶିଳ୍ପାଞ୍ଚଳ ଥାନା ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ I ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସରେ ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା I ଘଟଣାସ୍ଥଳରୁ ଜିଲା ପ୍ରଶାସନ ଅଧିକାରୀ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସାରେ ଗୋଶାଳା ପଡ଼ିଆ କ୍ୟାମ୍ପକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ,ରାୟଗଡା ଜିଲା ଗୁଡ଼ାରୀ ଏନ୍‌ଏସିରୁ ୪୨ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ଯାଉଥିଲା। ଗଡ଼ଖୋର୍ଦ୍ଧା ଛକ ନିକଟରେ ବସ୍‌ ଟି ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଯାଉଥିବା ହାଇଓ୍ବା ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ଥିବା ୧୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବରପାଇ ଜିଲା ପରିଷଦ ସିଡିଓ , ଉପଜିଲାପାଳଏବଂ ଶିଳ୍ପାଞ୍ଚଳ ଥାନାଧିକାରୀ ପ୍ରମୁଖ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପୋଲିସ ବସ୍‌ ଏବଂ ହାଇଓ୍ବାକୁ ଜବତ କରି ତଦନ୍ତ ଚଳାଇଛି।

Tags: