ଟ୍ରକ ପଛରେ ପିଟି ହେଲା ତୀର୍ଥଯାତ୍ରୀ ବସ ୩ ମୃତ ୨୦ ଆହତ

ବାରିପଦା : ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ ଜଣ ଆହତ ହୋଇଛନ୍ତି I ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବୁଢ଼ୀଖମାରି ଅଞ୍ଚଳରେ I ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି I ସୂଚନାନୁସାରେ,ଗତକାଲି ହାଇଦ୍ରାବାଦରୁ ୨୩ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ଗୟା ଅଭିମୁଖେ ଯାଉଥିଲା I ତେବେ ବସଟି ଶନିବାର ଭୋର […]

Samaya Live Picture
Published On

ବାରିପଦା : ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ ଜଣ ଆହତ ହୋଇଛନ୍ତି I ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବୁଢ଼ୀଖମାରି ଅଞ୍ଚଳରେ I ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି I

ସୂଚନାନୁସାରେ,ଗତକାଲି ହାଇଦ୍ରାବାଦରୁ ୨୩ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ଗୟା ଅଭିମୁଖେ ଯାଉଥିଲା I ତେବେ ବସଟି ଶନିବାର ଭୋର ସମୟରେ ବୁଢ଼ୀଖମାରି ନିକଟରେ ଥିବା ଏକ ଧାଵା ସାମନାରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ପିଟି ହୋଇ ଯାଇଥିଲା I ଫଳରେ ବସ ସାମ୍ନା ସିଟରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୦ ଜଣ ଆହତ ହୋଇଥିଲେ I ବସର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ବେତନଟୀ ପୋଲିସ ପହଁଚି ଆମ୍ବୁଲାନ୍ସ ଜରିଆରେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ବାରିପଦା ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: