ତୀର୍ଥଯାତ୍ରୀ ବସ ଦୁର୍ଘଟଣା,୨୦ ଆହତ
ବାଲେଶ୍ୱର : ବାଲେଶ୍ୱର ନିଧିପଣ୍ଡା ଛକରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା I ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି I ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି I ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି I ବସଟି ପଶ୍ଚିମବଙ୍ଗ ବାଙ୍କୁଡ଼ାରୁ ୬୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଇଥିଲା I ସେଠାରୁ ଫେରିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ […]
ବାଲେଶ୍ୱର : ବାଲେଶ୍ୱର ନିଧିପଣ୍ଡା ଛକରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା I ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି I ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି I ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି I ବସଟି ପଶ୍ଚିମବଙ୍ଗ ବାଙ୍କୁଡ଼ାରୁ ୬୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଇଥିଲା I ସେଠାରୁ ଫେରିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସର ଆଗଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଏକ ଡମ୍ପର ସହିତ ଧକ୍କା ଦେଇ ରାସ୍ତା ତଳକୁ ଖସି ଯାଇଥିଲା I ଘଟଣାସ୍ଥଳରେ ହାଇୱେ ପାଟ୍ରୋଲିଂ ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି I




