ଜିଲ୍ଲାପାଳଙ୍କୁ ୪ ଦଫା ଦାବି ପତ୍ର ଦେଲେ ପିହୁ ର ମା’
ଯାଜପୁର: ଶୁଭମ ଫେରିଆସିବାପରେ ଆଜି ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଖୋଜ ଶିଶୁ ପିହୁର ମାଆ । ପିହୁକୁ ଖୋଜି ଆଣିବା ପାଇଁ ପିହୁଙ୍କ ମାଆ ମୋନାଲିଶା ନାୟକ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପିହୁ ନିଖୋଜ ହେବାର ଦୀର୍ଘ ୫ ବର୍ଷ ପରେ ମଧ୍ୟ ଫେରିବା ବାଟକୁ ଚାହିଁ ବସିଛନ୍ତି ମାଆ । ରାଜଧାନୀର ଦୃଷ୍ଟି ବାଧିତ ମାଆ କୋଳକୁ ପୁଅ ଶୁଭମ୍ ଫେରି ଆସିବା ପରେ ଏବେ ନିଖୋଜ ଶିଶୁ […]
ଯାଜପୁର: ଶୁଭମ ଫେରିଆସିବାପରେ ଆଜି ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଖୋଜ ଶିଶୁ ପିହୁର ମାଆ । ପିହୁକୁ ଖୋଜି ଆଣିବା ପାଇଁ ପିହୁଙ୍କ ମାଆ ମୋନାଲିଶା ନାୟକ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପିହୁ ନିଖୋଜ ହେବାର ଦୀର୍ଘ ୫ ବର୍ଷ ପରେ ମଧ୍ୟ ଫେରିବା ବାଟକୁ ଚାହିଁ ବସିଛନ୍ତି ମାଆ ।
ରାଜଧାନୀର ଦୃଷ୍ଟି ବାଧିତ ମାଆ କୋଳକୁ ପୁଅ ଶୁଭମ୍ ଫେରି ଆସିବା ପରେ ଏବେ ନିଖୋଜ ଶିଶୁ ପିହୁ ମାଆଙ୍କ ମନରେ ଆଶା ସଂଚାର ହୋଇଛି । ଦୀର୍ଘ ୫ ବର୍ଷ ପୂର୍ବରୁ ଅଢେଇ ବର୍ଷର କୁନି ଝିଅ ପିହୁ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା । ତେବେ ସେହି ସମୟରେ ସେଠାକାର ଥାନା ପୋଲିସ ଠାରୁ ସରକାରଙ୍କୁ ଗୁହାରି କରି ଥକି ଯାଇଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିଲେ । ଏହି ଘଟଣାରେ ଭାଙ୍ଗି ପଡିଥିବା ପିହୁ ର ମା’ ମୋନାଲିଶାଙ୍କ ମନରେ ଶୁଭମ୍ ଫେରି ଆସିବା ପରେ ଆଶା ସଂଚାର ହୋଇଛି । ଯାହାକୁ ନେଇ ମୋହନ ସରକାର ନିକଟରେ ଗୁହାରୀ କରିଛନ୍ତି ମୋନାଲିଶା । ମୋନାଲିସା ଜ଼ିଲ୍ଲାପାଳଙ୍କ ଜରିଆରେ ୪ ଦଫା ଦାବି ପ୍ରଦାନ କରିଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହିତ ତତ୍କାଳୀନ ୨ ଥାନା ଅଧିକାରୀ ନିରଞ୍ଜନ ଶବର, ସରୋଜ ଥାଟୋଇ ଙ୍କୁ ବରଖାସ୍ତ କରିବା ଦାବି ପାତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ଏହି ୨ ଥାନାଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ସେ ଦାବି କରିଛନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ଗୁହାରୀ କରିଛନ୍ତି ।
ସୂଚନାନୁସାରେ, ୨୦୨୦, ଅଗଷ୍ଟ ୯ ତାରିଖରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ଶୁଭଲକ୍ଷ୍ମୀ ନାୟକ ଓରଫ୍ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପୋଲିସ ତଦନ୍ତ କରି ନ ଥିଲା । କିନ୍ତୁ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ସେବେଠାରୁ ପିହୁର କୌଣସି ପତ୍ତା ମିଳୁ ନାହିଁ ।




