ପିକନିକ ହେଲା କାଳ,ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲେ ଶିକ୍ଷକ

ନୟାଗଡ଼ : ମହାନଦୀରେ ବୁଡ଼ିଯାଇ ଶିକ୍ଷକଙ୍କ ମୃତ୍ୟୁ I ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳର ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ପିକନିକ କରିବାକୁ କଣ୍ଟିଲୋ ଆସିଥିଲେ। ଆଜି ସକାଳ ୭ ତା ବେଳେ କିଛି ଛାତ୍ର ମହାନଦୀରେ ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକ ସରୋଜ […]

Samaya Live Picture
Published On

ନୟାଗଡ଼ : ମହାନଦୀରେ ବୁଡ଼ିଯାଇ ଶିକ୍ଷକଙ୍କ ମୃତ୍ୟୁ I ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳର ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ପିକନିକ କରିବାକୁ କଣ୍ଟିଲୋ ଆସିଥିଲେ। ଆଜି ସକାଳ ୭ ତା ବେଳେ କିଛି ଛାତ୍ର ମହାନଦୀରେ ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକ ସରୋଜ ଦାସ କଣ୍ଟିଲୋ ମହାନଦୀ ସ୍ମଶାନ ତୁଠରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକମାନେ ବୁଡ଼ିଯାଉଥିବା ଛାତ୍ରଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କୁ ବହୁ ଖୋଜାଖୋଜି କଲା ପରେ ପାଇଥିଲେ। ତୁରନ୍ତ ତାଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାପରେ ଗଭୀର ମର୍ମାହତ ହୋଇଛନ୍ତି I ଖବର ପାଇ ପିଲାମଙ୍କ ଅଭିଭାବକ ମାନେ ଘଟଣାସ୍ଥଳରେ ପହଂଚୁଛନ୍ତି I

Tags: