ଘାଟିରେ ପିକଅପ ଭ୍ୟାନ ଓଲଟି ୧ ମୃତ ଏକାଧିକ ଆହତ

ମୋହନା : ଦଶାହ ଭୋଜିକୁ ଯିବାବେଳେ ଘଟିଲା ଅଘଟଣ । ଘାଟିରେ ପିକଅପ ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ଘଟିଛି ମୋହନା ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ । ଏକ ଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ଆଜି ରାମଗିରି ଥାନା […]

Samaya Live Picture
Published On

ମୋହନା : ଦଶାହ ଭୋଜିକୁ ଯିବାବେଳେ ଘଟିଲା ଅଘଟଣ । ଘାଟିରେ ପିକଅପ ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ଘଟିଛି ମୋହନା ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ।

ଏକ ଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ଆଜି ରାମଗିରି ଥାନା କେ. କେ ସିଂରୁ ୪୦ ଜଣଙ୍କୁ ନେଇ ଏକ ପିକଅପ ଭ୍ୟାନ ଘାଇବାଲିକୁ ଯାଉଥିଲେ । ଏହି ସମୟରେ ପିକଅପଟି ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ବୁଲାଣି କାଟି ନପାରି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଉର୍ଧ୍ଵ ଆହତ ହୋଇଛନ୍ତି I ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି

Tags: