ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ,୧୫ ଗୁରୁତର

ବ୍ରହ୍ମପୁର : ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଦଣ୍ଡୁଆଙ୍କର ମୃତ୍ୟୁ ଘଟିବା ସହିତ ୧୫ ଜଣ ଦଣ୍ଡୁଆ ଗୁରୁତର ହୋଇଛନ୍ତି I ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ । ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁର ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଗୁରୁତର ଆହତ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର […]

Samaya Live Picture
Published On

ବ୍ରହ୍ମପୁର : ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଦଣ୍ଡୁଆଙ୍କର ମୃତ୍ୟୁ ଘଟିବା ସହିତ ୧୫ ଜଣ ଦଣ୍ଡୁଆ ଗୁରୁତର ହୋଇଛନ୍ତି I ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ । ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁର ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଗୁରୁତର ଆହତ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ମଧ୍ୟରୁ ଜଣେ କଳିଆଘୋଡାର ସନିଆ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମଳିନାହିଁ।

ସୂଚନା ଅନୁସାରେ.ଆଜି ଭୋରୁ ଗଞ୍ଜାମ ପାଇଲପଡ଼ା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ୨୨ ଜଣ ଦଣ୍ଡୁଆ ୨ଟି ପିକଅପ୍ ଭ୍ୟାନରେ ବ୍ରହ୍ମପୁରରୁ କ୍ଷେତ୍ରି ବବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ତେବେ ସୋମପୁର ଛକ ନିକଟରେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ୨ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

Tags: