ପିକଅପ ଭ୍ୟାନ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
କଳାହାଣ୍ଡି : ଗତକାଲି ସନ୍ଧ୍ୟାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ନିକଟରେ ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗସ୍ତ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସୋମବାର ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଜଣେ ଏବଂ ବୁର୍ଲା ମେଡିକାଲରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ଧର୍ମଗଡ ଡାକ୍ତରଖାନା ରେ ମନମୋହନ ବିଶ୍ଵାଳ (୨୭) ଏବଂ ଜୁନାଗଡ଼ ଡାକ୍ତରଖାନାରେ ତାଙ୍କ ସ୍ତ୍ରୀ ମଞ୍ଜୁଳା ବିଶ୍ଵାଳ (୨୬ ) ମୃତ୍ୟୁ ବରଣ […]
କଳାହାଣ୍ଡି : ଗତକାଲି ସନ୍ଧ୍ୟାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ନିକଟରେ ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗସ୍ତ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସୋମବାର ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଜଣେ ଏବଂ ବୁର୍ଲା ମେଡିକାଲରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ଧର୍ମଗଡ ଡାକ୍ତରଖାନା ରେ ମନମୋହନ ବିଶ୍ଵାଳ (୨୭) ଏବଂ ଜୁନାଗଡ଼ ଡାକ୍ତରଖାନାରେ ତାଙ୍କ ସ୍ତ୍ରୀ ମଞ୍ଜୁଳା ବିଶ୍ଵାଳ (୨୬ ) ମୃତ୍ୟୁ ବରଣ କରିଥିଲେ। ଉଭୟଙ୍କର ଦେଢ଼ ବର୍ଷର ଗୋଟାଏ ପୁଅ ଯୁଗାନ୍ତ ବିଶ୍ଵାଳ ଥିବା ଜଣାପଡିଛି।
ସୂଚନାନୁସାରେ,ଗତକାଲି ସନ୍ଧ୍ୟା ସମୟରେ ଏକ ଭ୍ୟାନରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ପାଖାପାଖି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତଥା ଆଉ କିଛି ଆହତ ଧର୍ମଗଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତ ରାତିରେ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ଯାଉଥିବା ସମୟରେ ରାସ୍ତାରେ ପ୍ରମିଳା ଚଲାନ (୨୦)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୁକାନ୍ତି ମାଝି (୩୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜୁନାଗଡ଼ ଏବଂ ଧର୍ମଗଡ ଡାକ୍ତରଖାନାରେ ମନ ମୋହନ ଏବଂ ମଞ୍ଜୁଳାଙ୍କ ଶବ ବ୍ୟବଚ୍ଛେଦ ଚାଲିଛି। ସ୍ଥାନୀୟ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୬ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଜୁନାଗଡ଼ ଡାକ୍ତରଖାନାରେ ୧୨ ଜଣଙ୍କ ଚିକିତ୍ସା ଚାଲିଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।




