ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି ନେଇ ଫାର୍ମାସିଷ୍ଟ ନିଲମ୍ବିତ

ବାରିପଦା : ୩ ଦିନିଆ ମୟୁରଭଞ୍ଜ ଗସ୍ତ ସାରି ୬ ତାରିଖ ରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ କିଛି ବଡ଼ ଧରଣର ତ୍ରୁଟି ଲକ୍ଷ କରାଯାଇଥିଲା I ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ସାରା ଓଡିଶା ବାସୀଙ୍କୁ ଅପଦସ୍ଥ କରିଥିବାବେଳେ ସେହିଭଳି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି I ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ଯିବାଆସିବା ପାଇଁ ନିୟୋଜିତ ହୋଇଥିବା […]

Samaya Live Picture
Published On

ବାରିପଦା : ୩ ଦିନିଆ ମୟୁରଭଞ୍ଜ ଗସ୍ତ ସାରି ୬ ତାରିଖ ରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ କିଛି ବଡ଼ ଧରଣର ତ୍ରୁଟି ଲକ୍ଷ କରାଯାଇଥିଲା I ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ସାରା ଓଡିଶା ବାସୀଙ୍କୁ ଅପଦସ୍ଥ କରିଥିବାବେଳେ ସେହିଭଳି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି I

ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ଯିବାଆସିବା ପାଇଁ ନିୟୋଜିତ ହୋଇଥିବା ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ସହ ଜଣେ ଫାର୍ମାସିଷ୍ଟ ଫଟୋ ଉଠାଇ ନିଲମ୍ବିତ ହୋଇଛନ୍ତି I ଫାର୍ମାସିଷ୍ଟ ଜଣକ ହେଉଛନ୍ତି ଯଶିପୁର ବ୍ଲକ ଜମୁକେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯଶୋବନ୍ତ ବେହେରା I ରାଷ୍ଟ୍ରପତିଙ୍କ ଗସ୍ତର ୨ ଦିନ ଯଶୀପୁର ନିକଟରେ ଥିବା ଛେଳୀ ଗୁଦୁଲି ହେଲିପ୍ୟାଡରେ ଅବତରଣ କରିଥିଲା ଏହି ହେଲିକପ୍ଟର । ଏହା ପରେ ରାଷ୍ଟ୍ରପତି ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟ ଯାଇଥିଲୋ ତେବେ ଏହି ସମୟରେ ହେଲିପ୍ୟାଡରେ ଥିବା ହେଲିକପ୍ଟରରେ ସେଲଫି ନେବା ସହ ଫଟୋ ଉଠାଇôଛନ୍ତି ଯଶବନ୍ତ । ଏଇ ଦୁଇଟି ଫାଟକୁ ସେ ନିଜ ଫେସବୁକ ରେ ଉପଲୋଡ଼ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା I ତେବେ ଦୁଇଟି ଫଟୋ ମଧ୍ୟରୁ ଗୋଟାକରେ ହେଲିକପ୍ଟର ସମ୍ମୁଖ ଭାଗରେ ଛିଡା ହୋଇଛନ୍ତି ଫାର୍ମାସିଷ୍ଟ । ଅନ୍ୟଗୋଟିଏ ଫଟୋରେ ହେଲିକପ୍ଟର ସହ ସେଲଫି ଉଠାଇଛନ୍ତି ଯଶବନ୍ତ । ଏହି ଫଟୋ କିଏ ଉଠାଇଛି ତାହା ଜଣାପଡିନାହିଁ । ଫଟୋ ଭାଇରାଲ ହେବା ପରେ ଯଶବନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି, ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ।

Tags: