ମାର୍ଚ୍ଚ ୨୮ ଯାଏଁ ପିଜି ନାମଲେଖା ଆବେଦନ

ଭୁବନେଶ୍ବର : ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ସ୍ନାତକୋତ୍ତର ବା ପିଜି ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୨୮ତାରିଖ ଯାଏ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୯ ତାରିଖରେ ସଂଶୋଧନ କରିପାରିବେ। ଏପ୍ରିଲ୍‌ ୨୮ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍‌ଧ ହେବ। ସେହିପରି ମେ’ ୪ରୁ ୧୮ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ […]

Samaya Live Picture
Published On

ଭୁବନେଶ୍ବର : ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ସ୍ନାତକୋତ୍ତର ବା ପିଜି ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୨୮ତାରିଖ ଯାଏ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୯ ତାରିଖରେ ସଂଶୋଧନ କରିପାରିବେ। ଏପ୍ରିଲ୍‌ ୨୮ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍‌ଧ ହେବ।

ସେହିପରି ମେ’ ୪ରୁ ୧୮ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୨୬ ପରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ନାମଲେଖା ହେବ ବୋଲି ବିଭାଗ ସ୍ପଷ୍ଟ କରିଛି।

ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ସାମ୍ସ ପୋର୍ଟାଲରେ ଅପରାହ୍ଣ ୪ଟାରୁ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଆସନ୍ତା ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ। ୨୯ ତାରିଖରେ ଆବେଦନକାରୀଙ୍କୁ ଫର୍ମ ସଂଶୋଧନର ସୁଯୋଗ ମିଳିବ। ଏପ୍ରିଲ ୪ ତାରିଖରେ ଆବେଦନକାରୀଙ୍କ ତଥ୍ୟ ଏସ୍‌ଏସ୍‌ବିରେ ଦାଖଲ ହେବ। ଏପ୍ରିଲ ୨୮ ତାରିଖ ଦିନ ୧୧ଟାରୁ ଏସ୍‌ଏସ୍‌ବି ୱେବ୍‌ସାଇଟ୍‌ରେ ହଲ୍‌ ଟିକଟ/ଆଡମିଟ୍ କାର୍ଡ ଉପଲବ୍ଧ ହେବ। ମେ’ ୪ରୁ ୧୮ ଯାଏ ପ୍ରବେଶିକା ପରୀକ୍ଷା କରାଯିବ। ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପାଠପଢ଼ା ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ଯୋଜନା ରହିଛି।

ପୂର୍ବରୁ ପ୍ରବେଶିକା ପରୀକ୍ଷା ସହ କ୍ୟାରିଅର୍‌ ମାର୍କ ମିଶି ମେଧା ତାଲିକା ପ୍ରକାଶ ପାଉଥିଲା। ଚଳିତଥର କ୍ୟାରିଅର୍‌ ମାର୍କକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଛି। କେବଳ ପ୍ରବେଶିକା ପରୀକ୍ଷାରେ ରଖିଥିବା ନମ୍ବର ଅନୁଯାୟୀ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ୪ଟି ରାଉଣ୍ଡରେ ହେବ। ଏହା ସରିବା ପରେ ବଳକା ସିଟ୍‌କୁ ଦେଖି ଦ୍ୱିତୀୟ ପର୍ଯ୍ୟାୟ ବା ସ୍ପଟ୍‌ ନାମଲେଖା ହେବ। ଚୟନ ହୋଇଥିବା ପିଲାମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଅନ୍ୟଥା ନାମଲେଖା ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିବେ। ଛାତ୍ରବୃତ୍ତି ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆବେଦନ ସମୟରେ ଜାତି, ବାସଗୃହ ଓ ରୋଜଗାର ପ୍ରମାଣପତ୍ର ଅପଲୋଡ୍‌ କରିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି।

Tags: