ପିଜି ନାମଲେଖା : ଅପରାହ୍ନରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର : ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ୩୧ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୨ତାରିଖ ପୂର୍ବାହ୍ନ ୧୦ଟାରୁ ୪ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବାକୁ ପଡ଼ିବ। […]

Samaya Live Picture
Published On

ଭୁବନେଶ୍ୱର : ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ୩୧ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୨ତାରିଖ ପୂର୍ବାହ୍ନ ୧୦ଟାରୁ ୪ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବାକୁ ପଡ଼ିବ। ସେପ୍ଟେମ୍ବର ୧୦ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୧୧ତାରିଖ ପୂର୍ବାହ୍ନ ୧୦ଟାରୁ ୧୩ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ସେପ୍ଟେମ୍ବର ୨୪ ଅପରାହ୍ନ ୨ଟାରେ ବଳକା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମେଧା ତାଲିକା ଶିକ୍ଷାନୁଷ୍ଠାନଗଡ଼ିକର ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ଶିକ୍ଷାନୁଷ୍ଠାନଗୁଡ଼ିକ ମନୋନୀତ ହେଇଥିବା ଛାତ୍ରୀଛାତ୍ର ନାମ ନିଜ ଶିକ୍ଷାନୁଷ୍ଠାନର ନୋଟିସ ବୋର୍ଡ, ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିବେ। ଏଥିସହିତ ସେହି ଛାତ୍ରୀଛାତ୍ରଙ୍କୁ ଫୋନ କଲ୍‌/ଏସ୍‌ଏମ୍‌ଏସ୍‌/ହ୍ବାଟ୍‌ସ ଆପ୍‌ ଜରିଆରେ ମଧ୍ୟ ଜଣାଇବେ। ମନୋନୀତ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୮ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ତେବେ ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

Tags: