ଭିଡିଓ ଭାଇରାଲ ପରେ କୀଟନାଶକ ପି’ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ନବରଙ୍ଗପୁର : କୀଟନାଶକ ପି’ ଆତ୍ମହତ୍ୟା ଉଦ୍ୟମ କଲେ ନର୍ସିଂ ଛାତ୍ରୀ । ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନବରଙ୍ଗପୁର ରାଇଘର ବ୍ଲକ ଅଂଚଳର ଏକ ତରଫା ପ୍ରେମ କରି ଜଣେ ଯୁବକ, ଯୁବତୀଙ୍କୁ ବିଚ ରାସ୍ତାରେ ମାଡ଼ ମାରିବା ସହ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଥିଲେ । ଏହା ଜାଣିବା ପରେ ଯୁବତୀ ଅପମାନ ଓ ବଦନାମ ଭୟରେ […]

ଭିଡିଓ ଭାଇରାଲ ପରେ କୀଟନାଶକ ପି’ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
Samaya Live Picture
Published On

ନବରଙ୍ଗପୁର : କୀଟନାଶକ ପି’ ଆତ୍ମହତ୍ୟା ଉଦ୍ୟମ କଲେ ନର୍ସିଂ ଛାତ୍ରୀ । ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନବରଙ୍ଗପୁର ରାଇଘର ବ୍ଲକ ଅଂଚଳର ଏକ ତରଫା ପ୍ରେମ କରି ଜଣେ ଯୁବକ, ଯୁବତୀଙ୍କୁ ବିଚ ରାସ୍ତାରେ ମାଡ଼ ମାରିବା ସହ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଥିଲେ । ଏହା ଜାଣିବା ପରେ ଯୁବତୀ ଅପମାନ ଓ ବଦନାମ ଭୟରେ ଘାସ ମରା ବିଷ ପି’ ଦେଇଥିଲେ । ତେବେ ସେ ଡାକ୍ତରଖାନା ନଯାଇ ଘରେ ରହି ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନାନୁସାରେ, ପୀଡିତା ଛାତ୍ରୀଙ୍କ ଘର ନବରଙ୍ଗପୁର ରାଇଘର ଅଞ୍ଚଳରେ । ସେ ଜୟପୁର ଠାରେ ହଷ୍ଟେଲରେ ରହି ଏକ କଲେଜରେ BSC ନର୍ସିଂ ଦ୍ୱିତୀୟ ବର୍ଷରେ ପଢୁଥିଲେ । ତେବେ ଛାତ୍ରୀଙ୍କୁ ପଡୋଶୀ ଗ୍ରାମର ପୁଅ ସତ୍ୟଜିତ ସରକାର ଏକତରଫା ପ୍ରେମ କରୁଥିଲେ। ଏଥିପାଇଁ ସେ ଛାତ୍ରୀଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ଯାଇଥିବା ବେଳେ ସତ୍ୟଜିତ ତାଙ୍କୁ ଅଟକାଇ ବଜାରରେ ମାରପିଟ କରି ଗୁରୁତର କରିଥିଲା । ୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ FIR ଦେଇଥିଲେ । ମାତ୍ର ଏହି ଘଟଣା ପରେ ସତ୍ୟଜିତ ପୀଡିତା ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫୋଟ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା । ଏଥିରେ ପୀଡିତା ଲୋକାଲଜ୍ୟା ସହି ନ ପାରି ୧୭ ଜୁଲାଇରେ ଘରେ ଥିବା ଘାସମରା ବିଷ ପି’ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଜାଣି ପରିବାର ଲୋକେ ଛାତ୍ରୀଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ଯୋଗୁଁ ୨୧ ଜୁଲାଇରେ ଚିକିତ୍ସାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ପୀଡିତାଙ୍କ ପରିବାର ତାଙ୍କୁ ଘରକୁ ନେଇ ଆସିଥିଲେ। ବର୍ତ୍ତମାନ ପୀଡିତା ଜଣକ ଘରେ ମରଣ ସହ ଜୁଝୁଛନ୍ତି ।

ଆଜି ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ରାଇଘର ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ସତ୍ୟଜିତଙ୍କୁ ପୋଲିସ ଗିରଫ କରିନାହିଁ । ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ସହ ଅପରାଧୀଙ୍କୁ ଉଚିତ୍ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି। ରାଇଘର ପୋଲିସ ଯୁବତୀଙ୍କ ଘରକୁ ଯାଇ ବୟାନ ନେଇଛି।

Tags: