ବିମାନ ବନ୍ଦରରେ ଯାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ଅପ୍ରୀତିକର ପରିସ୍ଥିତି । ଧାରଣାରେ ବସିଲେ ବିମାନ ଯାତ୍ରୀ । ବାରମ୍ବାର ବିମାନ ବାତିଲ ଯୋଗୁଁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପ୍ରତିବାଦରେ ଗୁରୁବାର ୬୦ରୁ ଅଧିକ ଯାତ୍ରୀ ବିମାନବନ୍ଦର ପରିସରରେ ଧାରଣା ଦେଇଛନ୍ତି । ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। ସୂଚନାନୁସାରେ, ବୁଧବାର ଭୁବନେଶ୍ବରରୁ ହାଇଦ୍ରାବାଦ ଯାଇଥାନ୍ତା ବିମାନ IX 2932 । ବୁଧବାର ସକାଳ ୯ଟା ୫୫ମିନିଟ୍‌ରେ ଯିବାକୁ ଥିଲା […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ଅପ୍ରୀତିକର ପରିସ୍ଥିତି । ଧାରଣାରେ ବସିଲେ ବିମାନ ଯାତ୍ରୀ । ବାରମ୍ବାର ବିମାନ ବାତିଲ ଯୋଗୁଁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପ୍ରତିବାଦରେ ଗୁରୁବାର ୬୦ରୁ ଅଧିକ ଯାତ୍ରୀ ବିମାନବନ୍ଦର ପରିସରରେ ଧାରଣା ଦେଇଛନ୍ତି । ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି।

ସୂଚନାନୁସାରେ, ବୁଧବାର ଭୁବନେଶ୍ବରରୁ ହାଇଦ୍ରାବାଦ ଯାଇଥାନ୍ତା ବିମାନ IX 2932 । ବୁଧବାର ସକାଳ ୯ଟା ୫୫ମିନିଟ୍‌ରେ ଯିବାକୁ ଥିଲା । କିନ୍ତୁ କୌଣସି କାରଣ ପାଇଁ ତାହା ବାତିଲ ହୋଇ ଗୁରୁବାର ସକାଳ ୮ଟା ୪୫ମିନିଟ୍‌କୁ ଯିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଗୁରୁବାର ମଧ୍ୟ ବିମାନ ବାତିଲ କରାଯାଇଛି । ତେବେ ବାରମ୍ବାର ବାତିଲ ପରେ ଯାତ୍ରୀମାନେ ଧାରଣାରେ ବସିଛନ୍ତି । ଯାହାକୁ ନେଇ ଭୁବନେଶ୍ୱର ବିମାନବନ୍ଦର ଭିତରେ ଉତ୍ତେଜନା ଦେଖାଦେଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ଧାରଣାରତ ଯାତ୍ରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣ ପାଇଁ ବିମାନଟିକୁ ବାରମ୍ବାର ବାତିଲ କରାଯାଉଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ ।

Tags: