ଓଡ଼ିଶାବାସୀ ଚାହୁଁଛନ୍ତି ବିଜେପି ସରକାର – ଓମ ବିର୍ଲା

ବାଲେଶ୍ୱର : ଓଡିଶାରେ ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତିି ଓମ୍ ବିର୍ଲା। ବାଲେଶ୍ଵରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ସେ ଯୋଗଦେଇ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ବାଲେଶ୍ଵରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଥିଲେ ଓହିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଲୋକ ଚାହୁଁଛନ୍ତି ବିଜେପି ଆସୁ। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରିନାହାନ୍ତି। ଓଡିଶାରେ ବାଲେଶ୍ଵର ସମେତ ପୂର୍ଣ୍ଣ ରୂପରେ ସବୁ ଲୋକସଭା ସିଟ୍ ଜିତିବ ବିଜେପି। […]

Samaya Live Picture
Published On

ବାଲେଶ୍ୱର : ଓଡିଶାରେ ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତିି ଓମ୍ ବିର୍ଲା। ବାଲେଶ୍ଵରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ସେ ଯୋଗଦେଇ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ବାଲେଶ୍ଵରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଥିଲେ ଓହିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଲୋକ ଚାହୁଁଛନ୍ତି ବିଜେପି ଆସୁ। ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରିନାହାନ୍ତି। ଓଡିଶାରେ ବାଲେଶ୍ଵର ସମେତ ପୂର୍ଣ୍ଣ ରୂପରେ ସବୁ ଲୋକସଭା ସିଟ୍ ଜିତିବ ବିଜେପି। ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ । ନବୀନ ସରକାର ଲୋକେ ଦେଖିଛନ୍ତି , ବିଜେପି ସରକାର ଦେଖିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶ ଆଗକୁ ବଢୁଛି। ଆଗାମୀ ଦିନରେ ଓଡିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ବୋଲି କହିଛନ୍ତି ଓମ୍ ବିର୍ଲା । ବାଲେଶ୍ଵର ପରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬ଟାରେ ସମ୍ବଲପୁର କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Tags: