କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା,ପିଅନ ଗିରଫ
ଗଜପତି : କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା । ମୋହନା ଆର୍ଡବ୍ଲୁ ଏସଏସ୍ ପିଅନ ଶିବ ନାୟକ ଗିରଫ । ଗତ ୨୩ ତାରିଖ ରାତିରେ ଗଜପତି ଜିଲ୍ଲା ଆର୍. ଉଦୟଗିରିସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରେ ଘଟିଥିଲା ଏହି ଘଟଣା । ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସଚିନ କୁମାର ଗୌଡ଼ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟନାନୁସାରେ, ଗଜପତିଜିଲ୍ଲା ରା.ଉଦୟଗିରି ଗ୍ରାମ୍ୟଜଳ […]
ଗଜପତି : କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା । ମୋହନା ଆର୍ଡବ୍ଲୁ ଏସଏସ୍ ପିଅନ ଶିବ ନାୟକ ଗିରଫ । ଗତ ୨୩ ତାରିଖ ରାତିରେ ଗଜପତି ଜିଲ୍ଲା ଆର୍. ଉଦୟଗିରିସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରେ ଘଟିଥିଲା ଏହି ଘଟଣା । ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସଚିନ କୁମାର ଗୌଡ଼ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଘଟନାନୁସାରେ, ଗଜପତିଜିଲ୍ଲା ରା.ଉଦୟଗିରି ଗ୍ରାମ୍ୟଜଳ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଯନ୍ତ୍ରୀ ସଚିନ କୁମାର ଗୌଡ଼। ନୂଆ ଚାକିରି ପାଇ ସେ ଗତ ୧୮ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ।ଗତ ଜୁଲାଇ ୨୩ ତାରିଖ ରାତିରେ ରାତ୍ରି ଭୋଜନ ପରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯନ୍ତ୍ରୀ ଜଣକ କିଛି ନ ଜାଣିପାରି ସେହି ପରିସ୍ରାକୁ ପିଇ ଦେଇଥିଲେ । ତେବେ ଅଳ୍ପ ପିଇବା ପରେ ତାଙ୍କୁ କିଛି ଅସ୍ୱାଭାବିକ ଲାଗିବାରୁ ସେ ସନ୍ଦେହ କରିଥିଲେ । ଏହାକୁ ନେଇ ଲ୍ୟାବରେ ଟେଷ୍ଟ କରିବାରୁ ଏଥିରେ ପରିସ୍ରାରେ ଥିବା ଆମୋନିଆ ଅଂଶ ଅଧିକ ଥିବା ଜଣାପଡିଥିଲା । ପରେ ସେ ପରିସ୍ରା ପିଇଥିବା ଜାଣିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଯନ୍ତ୍ରୀ ସଚିନ କୁମାର ଗୌଡ଼ ଏହି ଅମାନବୀୟ କାଣ୍ଡକୁ ନେଇ ଆର୍. ଉଦୟଗିରି ଥାନାରେ ଅଭିଯୁକ୍ତ ପିଅନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପିଅନ ଶିବ ନାୟକକୁ ଗିରଫ RWSS କାର୍ଯ୍ୟାଳୟର ସସସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା ହେବ । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ପଚରାଉଚରା କରି ଛାଡ଼ିଛି ପୋଲିସ। ଏହି ଘଟଣାରେ RWSS କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି । ।




