ସ୍ୱାଧୀନତା ସଂଗ୍ରାମୀ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀ ସଂଗ୍ରାମୀଙ୍କ ପାଇଁ ପେନସନ ବ୍ୟବସ୍ଥା

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ବରପୁତ୍ର ମାନଙ୍କ ସମ୍ମାନାର୍ଥେ ଭତ୍ତା ବୃଦ୍ଧି ଓ ପେନଶନ ପ୍ରଦାନ କଲେ ରାଜ୍ୟ ସରକାର । ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍‌ ବଳରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ମଧ୍ୟ ପେନ୍‌ସନ ଘୋଷଣା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର୍)ମାନଙ୍କୁ ପେନ୍‌ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍‌ସନ ଅନୁମୋଦନ କରାଯାଇଥିଲା […]

ସ୍ୱାଧୀନତା ସଂଗ୍ରାମୀ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀ ସଂଗ୍ରାମୀଙ୍କ ପାଇଁ ପେନସନ ବ୍ୟବସ୍ଥା
Samaya Live Picture
Published On

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ବରପୁତ୍ର ମାନଙ୍କ ସମ୍ମାନାର୍ଥେ ଭତ୍ତା ବୃଦ୍ଧି ଓ ପେନଶନ ପ୍ରଦାନ କଲେ ରାଜ୍ୟ ସରକାର । ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍‌ ବଳରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ମଧ୍ୟ ପେନ୍‌ସନ ଘୋଷଣା କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର୍)ମାନଙ୍କୁ ପେନ୍‌ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍‌ସନ ଅନୁମୋଦନ କରାଯାଇଥିଲା । ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍‌ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଂଗ୍ରାମୀ ମାନେ ମାସକୁ ୨୦ ହଜାର ଟଙ୍କାର ପେନ୍‌ସନ ପାଇବା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସୂଚନାଯୋଗ୍ୟ, ୨୫ ଜୁନ୍‌ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ MISA, DIR, DISIR ଆଦି ଆଇନ ବଳରେ ଗିରଫ ହୋଇ ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇଥିଲେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ପେନ୍‌ସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ନିଷ୍ପତ୍ତି କରାଯାଇଛି ।

Tags: