ମର୍ଣ୍ଣିଙ୍ଗ ୱାକ ବେଳେ ପିକଅପ ଭ୍ୟାନ୍ ଧକ୍କାରେ ପଥଚାରୀ ମୃତ

ମୟୁରଭଞ୍ଜ : ମର୍ଣ୍ଣିଙ୍ଗ ୱାକ ହେଲା କାଳ । ଘରଠାରୁ ମାତ୍ର କେଇ ହାତ ଦୂରରେ ଜଗିଥିଲା ଯମ । ପଥଚାରୀଙ୍କୁ ପଛପଟୁ ଏକ ପିକଅପ ଭ୍ୟାନ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁ ନିକଟରେ । ମୃତକ ହେଲେ କୃପାସିନ୍ଧୁ ସେଠୀ । ସେ ଆଜି ସକାଳେ ମର୍ଣ୍ଣିଂ ଓ୍ବାକ୍‌ ପାଇଁ ଯାଇଥିଲେ। ଏତିକିବେଳେ ଝିଙ୍କପଦା ନିକଟରେ କଟକରୁ […]

ମର୍ଣ୍ଣିଙ୍ଗ ୱାକ ବେଳେ ପିକଅପ ଭ୍ୟାନ୍ ଧକ୍କାରେ ପଥଚାରୀ ମୃତ
Samaya Live Picture
Published On

ମୟୁରଭଞ୍ଜ : ମର୍ଣ୍ଣିଙ୍ଗ ୱାକ ହେଲା କାଳ । ଘରଠାରୁ ମାତ୍ର କେଇ ହାତ ଦୂରରେ ଜଗିଥିଲା ଯମ । ପଥଚାରୀଙ୍କୁ ପଛପଟୁ ଏକ ପିକଅପ ଭ୍ୟାନ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁ ନିକଟରେ । ମୃତକ ହେଲେ କୃପାସିନ୍ଧୁ ସେଠୀ । ସେ ଆଜି ସକାଳେ ମର୍ଣ୍ଣିଂ ଓ୍ବାକ୍‌ ପାଇଁ ଯାଇଥିଲେ। ଏତିକିବେଳେ ଝିଙ୍କପଦା ନିକଟରେ କଟକରୁ ମାଲ ବୋଝେଇ କରି ନେଇ ଆସୁଥିବା ଏକ ପିକଅପ୍ ଭ୍ୟାନ୍ କୃପାସିନ୍ଧୁଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃପାସିନ୍ଧୁଙ୍କର ଜୀବନ ଚାଲିଯାଇଥିଲା। ଘଟଣା ଘଟିବା ପରେ ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲେ। ପରେ କପ୍ତିପଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Tags: